Pratidin TV

Odisha's Digital News Platform

ଫିଲ୍ମ ଷ୍ଟାଇଲରେ ମଦ ମାଫିଆଙ୍କୁ ପିଛା କରି ଧରିଲା ଅବକାରୀ ବିଭାଗ ….

କଟକ : କଟକ ଜିଲ୍ଲା ଅବକାରୀ ହାତରେ ଧରାପଡିଲେ ୨ ଜଣ ମଦ ଚାଲାଣକାରୀ। ସିନେମା ଷ୍ଟାଇଲରେ ୨ ଅଭିଯୁକ୍ତଙ୍କୁ ଗାଡିରେ ଗୋଡେଇ ଗୋଡେଇ ଧରିଲା ଅବକାରୀ ବିଭାଗ । ବାରଙ୍ଗ ଛକ ନିକଟରେ ଆଜି ଭୋର୍ ୪ଟା ସମୟରେ ଏକ ଧଳା ସ୍କର୍ପିଓ ଗାଡିରେ ମଦ ନେଉଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଏକ ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ବାରଙ୍ଗ ଛକ ନିକଟରେ ଦେଶୀ ମଦ ଥିବା ସ୍କର୍ପିଓକୁ ଧରିବାକୁ ଅପେକ୍ଷା କରିଥିବା ବେଳେ ପୋଲିସକୁ ଦେଖି ଦ୍ରୁତ ବେଗରେ ଗାଡି ବୁଲେଇ ପଛକୁ ଯିବାକୁ ଉଦ୍ୟମ କରୁଥିବା ବେଳେ ଅବକାରୀ ବିଭାଗ ଗାଡି ଫିଲ୍ମ ଷ୍ଟାଇଲରେ ଗୋଡେଇ ଗୋଡେଇ ୨ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ।

ଏମାନଙ୍କ ନିକଟରୁ ୧୦୪୦ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଜବତ ମଦର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଅଭିଯୁକ୍ତମାନେ ଆଠଗଡରୁ ମଦ ଆଣି ବାରଙ୍ଗ ଅଞ୍ଚଳରେ ବିକ୍ରୀ କରିବାକୁ ଯୋଜନା କରୁଥିବା କହିଛନ୍ତି କଟକ ଜିଲ୍ଲା ଅବକାରୀ ଏସପି ।

Leave a Reply

Your email address will not be published. Required fields are marked *