Pratidin TV

Odisha's Digital News Platform

ମୋଦି ୩.୦ ସରକାରର ଆସିଲା ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ତାଲିକା

1 min read

ଜୁନ ୯ ଅର୍ଥାତ ଆଜି ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ନେବେ ଶପଥ | ସନ୍ଧ୍ୟା ୭.୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବା ସହ ଶପଥ ନେବେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ । ବିଜେପି ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରି ନଥିବାରୁ ମୋଦି ୩.୦ରେ ସହଯୋଗୀଙ୍କ ଗୁରୁତ୍ୱ ବଢ଼ି ଯାଇଛି। ତେଣୁ ସହଯୋଗୀମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିବାକୁ ବିଜେପି ନେତୃବୃନ୍ଦ ଉଦ୍ୟମ କରିଛନ୍ତି।

ତେବେ ମୋଦି ୩.୦ ସରକାରରେ କେଉଁମାନେ ସବୁ ମନ୍ତ୍ରୀ ହେବେ, ତା’ର ଏକ ସମ୍ଭାବ୍ୟ ତାଲିକା ସାମ୍ନାକୁ ଆସିଛି। ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ସହ ମଧ୍ୟ ମୋଦି ଆଜି ଚା’ ପେ ଚର୍ଚ୍ଚା କରିଛନ୍ତି। ଏଥିରେ ୫୨ ଜଣ ସାଂସଦ ରହିଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ମୋଦି ୩.୦ରେ ମନ୍ତ୍ରୀ ହେବେ। ମୋଦ ୨.୦ରେ ମନ୍ତ୍ରୀ ଥିବା ଏକାଧିକ ଲୋକସଭା ଓ ରାଜ୍ୟସଭା ସାଂସଦ ଏଥର ପୁଣି ମନ୍ତ୍ରୀ ହେବେ। ସେହିପରି କିଛି ଯୁବ ଓ ନୂଆ ମୁହଁଙ୍କୁ ମଧ୍ୟ ୩.୦ ସରକାରରେ ଦେଖିବାକୁ ମିଳିପାରେ।

Advertisement

ତେବେ ଏହି ସମ୍ଭାବ୍ୟ ମନ୍ତ୍ରୀ ତାଲିକା ମଧ୍ୟରେ, ବିଜେପିର ଅମିତ ଶାହ- ବିଜେପିର ରାଜନାଥ ସିଂହ, ନୀତୀନ ଗଡକରୀ, ଜ୍ୟୋତିରାଦିତ୍ୟ ସିନ୍ଦିଆ, ଅର୍ଜୁନ ରାମ ମେଘୱାଲ, ରକ୍ଷା ଖଡସେ, ଜିତେନ୍ଦ୍ର ସିଂହ, କିରଣ ରିଜିଜୁ, ମନସୁଖ ମାଣ୍ଡଭୀୟ, ଅଶ୍ୱିନୀ ବୈଷ୍ଣବ, ହରଦୀପ ସିଂହ ପୁରୀ, ଜି କିଶନ ରେଡ୍ଡୀ, ଶିବରାଜ ସିଂହ ଚୌହାନ, ରାଓ ଇନ୍ଦରଜିତ ସିଂହ, ଶାନ୍ତନୁ ଠାକୁର, ବାନ୍ଦି ସଞ୍ଜୟ, ବିଏଲ ଶର୍ମା, ଶୋଭା କରନ୍ଦାଜେ, ରବନୀତ ସିଂହ ବିଟ୍ଟୁ, ସର୍ବାନନ୍ଦ ସୋନୋୱାଲ, ମନୋହର ଲାଲ ଖଟ୍ଟର, ହର୍ଷ ମାଲହୋତ୍ରା, ନିତ୍ୟାନନ୍ଦ ରାଏ, ଅଜୟ ତମତା, ସାବିତ୍ରୀ ଠାକୁର, ଧର୍ମେନ୍ଦ୍ର ପ୍ରଧାନ, ନିର୍ମଳା ସୀତାରମଣ, ଜୁଏଲ ଓରାମ, କେ ଆନ୍ନାମଲାଇ, ରାମ ମୋହନ ନାଇଡୁ କିଞ୍ଜରାପ୍ପୁ, ଚନ୍ଦ୍ର ଶେଖର ପେମ୍ମାସାନି | ସେହିପରି ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ(ଏ) ର ରାମଦାସ ଅଠୱାଲେ, ଆପନା ଦଳର ଅନୁପ୍ରିୟା ପଟେଲ, ଆରଏଲଡିର ଜୟନ୍ତ ଚୌଧୁରୀ, ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାର ଜିତନ ରାମ ମଞ୍ଝୀ, ଜେଡିୟୁର ରାମ ନାଥ ଠାକୁର, ଲୋକ ଜନଶକ୍ତି ପାର୍ଟି(ରାମ ବିଲାଶ)ର ଚିରାଗ ପାଶୱାନ, ଜେଡିଏସର ଏଚଡି କୁମାରସ୍ୱାମୀ, ଏବଂ ଶିବସେନାର ପ୍ରତାପରାଓ ଯାଦବ ହୋଇପାରନ୍ତି ମୋଦି ୩.0ରେ ମନ୍ତ୍ରୀ |

ଶପଥ

Leave a Reply

Your email address will not be published. Required fields are marked *