ଛୁଆଙ୍କୁ ପାର୍କକୁ ଖେଳିବାକୁ ଛାଡୁଥିଲେ ସାବଧାନ ! ଏମିତି ଚାଲିଗଲା କୁନି ପୁଅ ଶୁଭମର ଜୀବନ ।
1 min readଆଜିକାଲି ପ୍ରାୟ ବାପା ମା ନିଜ ନିଜ ଛୁଆଙ୍କୁ ପାର୍କକୁ ଖେଳିବାକୁ ଛାଡିଦେଉଛନ୍ତି । କିନ୍ତୁ ଯଦି ଆପଣ ତାଙ୍କ ଉପରେ ନଜର ନରଖିବେ ତେବେ କିଛି ବଡ ଅଘଟଣ ତ ନିଶ୍ଚିୟ ଘଟିଯିବ । ରାୟଗଡ଼ା ସହରର ନ୍ୟୁ କଲୋନିର ବାସିନ୍ଦା ରୀନାରାଣୀ ସାହୁ ଓ ସ୍ଵର୍ଗତ ଦୀଲିପ ସ୍ଵାଇଁ ଙ୍କ ଏକମାତ୍ର ସନ୍ତାନ ପୁଅ ଶୁଭମ୍ ଶେଖର ସ୍ବାଇଁ ସନ୍ଧ୍ୟା ସମୟରେ ବିଦ୍ୟାନଗର ଥିବା ପୌରପରିଷଦ ପାର୍କ କୁ ଖେଳିବାକୁ ଯାଇଥିଲେ । ଆଉ ଖେଳୁଥିବା ସମୟରେ ସେ ବିଦୁତ୍ ସସ୍ପର୍ଶରେ ଆଶିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି।
ମା ରୀତାରାଣୀ ସ୍ଵାଇଁଙ୍କ କହିବା ଅନୁସାରେ ସନ୍ଧ୍ୟା ସମୟରେ ସାଙ୍ଗ ମାନଙ୍କ ସହ ପ୍ରତ୍ୟେକ ଦିନ ଖେଳିବାକୁ ଯାଏ ଆଉ ୬ଟା ସୁଧା ଘରକୁ ଫେରି ଆସେ କିନ୍ତୁ ଆଜି ସନ୍ଧ୍ୟା ୭ ଘଣ୍ଟା ପର୍ଯ୍ୟନ୍ତ ଘରକୁ ଫେରି ନଥିବାରୁ ମା ଏବଂ ପରିବାରର ଲୋକେ ବ୍ୟସ୍ତ ହୋଇଥିଲେ । ଇତି ମଧ୍ୟରେ କିଛି ସମୟ ପରେ ଜଣେ ବାଳକ ଘରକୁ ଆସି ସୂଚନା ଦେଲା ଶୁଭମ ପାର୍କ ରେ ପଡ଼ିଛି ଏହା ପରେ ପରିବାର ଲୋକେ ସାଙ୍ଗେ ସାଙ୍ଗେ ବିଦ୍ୟା ନଗର ସ୍ଥିତ ମୁନିସିପାଲଟି ପାର୍କ ରେ ପହଞ୍ଚି ଦେଖିଲା ବେଳକୁ ସେଠାରେ କିଛି ମହିଳା ଏବଂ ପୁରୁଷ ମାନେ ରୁଣ୍ଡ ହୋଇ ଶୁଭମ ର ଗୋଡ଼ ହାତ ମାଲିଶ ସେବାରେ ଲାଗିଥିଲେ ।
ଏହାପରେ ଆମ୍ବୁଲାନ୍ସ କୁ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ହୋଇ ପାରିନଥିଲା ପରିବାର ଲୋକେ ସେଠାରେ ଥିବା ଲୋକଙ୍କ ସହଯୋଗରେ ନିଜ ମଟର ସାଇକେଲରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ହସ୍ପିଟାଲରେ ଡଃ ଦୀବେନ୍ଦୁ ଦେଓ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ସୁଭମକୁ ଏଗାର ବର୍ଷ ବୟସ ହୋଇଥିବା ବେଳେ ସେ ରାୟଗଡା ରିଙ୍ଗ ରୋଡ ସ୍ଥିତ ବିବେକାନନ୍ଦ ବିଦ୍ୟାମନ୍ଦିରରେ ପଞ୍ଚମ ଶ୍ରେଣୀ ରେ ପାଠ ପଢୁଥିବା ଜଣାପଡ଼ିଛି। ବାପା ଦୀଲିପ ସ୍ଵାଇଁ ଆଜକୁ ୬ ବର୍ଷ ପୂର୍ବେ ରାୟଗଡ଼ା ଓଭର ବ୍ରୀଜ ଉପରେ ଟ୍ରକ୍ ଧକ୍କାରେ ମୃତ୍ୟୁ ହୋଇଥିବା ବେଳେ ଆଜି ବିଦ୍ୟୁତ୍ ଆଘାତରେ ତାଙ୍କର ପୁଅ ଶୁଭମର ଜୀବନ ଚାଲିଯାଇଥିବା ଘଟଣା ଦେଖି ମା ରୀତାରାଣୀ କାନ୍ଧି କାନ୍ଧି ବେହୋସ୍ ହୋଇ ପଡୁଥିବା ଦେଖିବା କୁ ମିଳିଛି। ଯାହାକି ରାୟଗଡା ସହରରେ ଏକ ଶୋକା କୂଳ ସୁଷ୍ଟି କରିଛି।