Pratidin TV

Odisha's Digital News Platform

୯୬ ଘଣ୍ଟା ପାଇଁ ଦୁନିଆକୁ ଆସିଥିଲା ହେଲେ ଗଲା ବେଳେ ୬ଜଣଙ୍କୁ ଦେଇଗଲା ନୂଆ ଜୀବନ..

1 min read

ସୁରତ : କଥାରେ ଅଛି ଅଙ୍ଗ ଦାନ ମହାପୁଣ୍ୟ । ଏଥିପାଇଁ ଲୋକଙ୍କୁ ସଚେତନ ମଧ୍ୟ କରାଯାଏ । ଦୁୂନିଆ ଛାଡି ପୂର୍ବରୁ ଅନ୍ୟମାନଙ୍କ ପାଇଁ ଅଙ୍ଗଦାନ କରିବାକୁ । କାରଣ ଏହି ଅଙ୍ଗଦାନ ଯୋଗୁଁ କାହାର ବି ଜୀବନ ବଞ୍ଚି ଯାଇ ପାରେ । ତେବେ ଗୁଜୁରାଟ ରେ ଘଟିଥିବା ଏକ ଘଟଣା ଇତିହାସରେ ସ୍ଥାନ ପାଇଛି । କାରଣ ସୁରଟର ଜଣେ ନବଜାତ ଶିଶୁ ଆଖି ବୁଜିବା ପୂର୍ବରୁ ଅନ୍ୟକୁ ଜୀବନ ଦେଇ ଯାଇଛି । ସେ ପୁଣି ଜଣେ ନୁହେଁ ଏକାସାଙ୍ଗରେ ଜଣଙ୍କୁ ନୂଆ ଜୀବନ ଦେଇଛି । ଆଜ୍ଞା ହଁ ଏହାକୁ ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବା । କାରଣ ନବଜାତ ଶିଶୁଟି ମାତ୍ର ୪ଦିନର ଥିଲା ।ସୁରତ ସରଥାନାରେ ରହୁଥିବା ହର୍ଷଙ୍କ ପତ୍ନୀ ଚେତନା ଅକ୍ଟୋବର ୧୩ରେ ଏକ ସନ୍ତାନ ଜନ୍ମ ଦେଇଥିଲେ । ଶିଶୁଟି ଜନ୍ମ ହେବା ପରେ ବୋହୋସ ଥିଲା । ପରେ ତାକୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା ।

ଆଇସିୟୁରେ ରଖାଯିବା ପରେ ମଧ୍ୟ ଶିଶୁଟିକୁ ବଞ୍ଚାଯାଇପାରିନଥିଲା ପରେ ପରିବାର ସଦସ୍ୟ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଶିଶୁର କିଡନୀ, ଲିଭର ,ଯକୃତ ଏବଂ ଆଖିକୁ ଦାନ କରାଯାଇଛି । ସବୁଠାରୁ ବଡ କଥା ଏହି ଶିଶୁର ଅଙ୍ଗ ଦ୍ୱାରା ୬ଟି ଶିଶୁଙ୍କୁ ନୂଆ ଜୀବନ ମିଳିପାରିଛି । ୧୧୧ ଘଣ୍ଟା ଭିତରେ ଏହି ନବଜାତ ଶିଶୁ ୬ଜଣଙ୍କୁ ଜୀବନର ଉପହାର ଦେଇଛି । ଅଙ୍ଗଦାନ କ୍ଷେତ୍ରରେ ସୁରଟ ବିଭିନ୍ନ ପଦକ୍ଷେପ ଏବଂ ପ୍ରୟାସର ସାକ୍ଷୀ ରହି ଆସିଛି । କିନ୍ତୁ ଏହି ଘଟଣା ସମସ୍ତଙ୍କ ପାଇଁ ଉଦାହରଣ ସାଜି ଯାଇଛି । ସୁରଟର ଏହି ଘଟଣା ଭାରତର ସବୁଠାରୁ କନିଷ୍ଠ ଅଙ୍ଗ ଦାତା ହୋଇ ପାରିଛନ୍ତି । କାରଣ ଏହି ଅଙ୍ଗ ଗୁଡିକ ମାତ୍ର ୪ଦିନରେ ଦାନ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *