Pratidin TV

Odisha's Digital News Platform

ଇସ୍କନ ମନ୍ଦିର ସମ୍ମୁଖରୁ ଯୁବତୀଙ୍କ ଫୋନ ଝାମ୍ପିନେଲେ ଲୁଟେରା , ସିସିଟିଭିରେ କଏଦ୍ ହେଲା ଲୁଟ୍ ର ଏପରି ଦୃଶ୍ୟ ।

1 min read

ଭୁବନେଶ୍ୱର ; ଦିନ ଦ୍ୱିପହରେ ଅସୁରକ୍ଷିତ ରାଜଧାନୀ ରାଜରାସ୍ତା । ଇସ୍କନ ମନ୍ଦିର ସାମ୍ନା ରୁ ଯୁବତୀଙ୍କ ମୋବାଇଲ ଝାମ୍ପିନେଲେ ଲୁଟେରା । ନୟାପଲି ଥାନାରେ ଅଭିଯୋଗ ପରେ ପୋଲିସର ଛାନଭିନ ଆରମ୍ଭ କରିଛି । ଘଟଣା ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଯାହା ଆଧାରରେ ପୋଲିସ ବର୍ତ୍ତମାନ ତଦନ୍ତ ଚଳାଇଛି ।

ମଙ୍ଗଳବାର ସକାଳ ସମୟରେ ନୟାପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖରେ ୨ ଯୁବତୀ ଚାଲି ଚାଲି ଯାଉଥିଲେ । ଏହି ସମୟରେ ୨ ଜଣ ଲୁଟେରା ଗୋଟିଏ ବାଇକ ରେ ଆସି ଜଣେ ଯୁବତୀଙ୍କ ହାତରୁ ମୋବାଇଲ ଫୋନ ଛଡାଇ ନେଇ ଜୟଦେବ ବିହାର ଆଡ଼କୁ ପଳାଇ ଯାଇଥିବା ସିସିଟିଭି ଫୁଟେଜ ରୁ ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *