Pratidin TV

Odisha's Digital News Platform

(video) ଆଖି ଥିବା ଲୋକ ବଦମାସ , ଭଗବାନ ମୋତେ ଅନ୍ଧ କରି ଭଲ କରିଛନ୍ତି – ଅସହାୟ ଦୃଷ୍ଟିବାଧିତା ଲିଜା ମଣ୍ଡଳ

1 min read

ଭୁବନେଶ୍ୱର ; ପରଶିକ୍ଷାରେ ପଡି ସ୍ୱାମୀ ଅଧା ରାସ୍ତାରେ ହାତ ଛାଡିଦେଲା । ଯାହାକୁ ୭ ଜନ୍ମର ସାଥି ଭାବିଥିଲେ ସେ ଆଜି ହାତ ଛାଡି ଅଧା ରାସ୍ତାରେ ଚାଲିଗଲା । ଜନ୍ମରୁ ତ ଆଖି ନଥିଲା କିନ୍ତୁ ସ୍ୱାମୀ ହାତ ଛାଡିବା ପରେ ଆଉ ସେ ଦୁନିଆ ଦେଖିନଥିଲେ । ନା ଏବେ ପାଖରେ ରାସନ କାର୍ଡ ନା ବିଏକେୱାଇ କାର୍ଡ , କୌଣସି ପ୍ରକାରର ସରକାରୀ ସୁବିଧା ଏଯାଏଁ ପହଞ୍ଚିନାହିଁ ଅସହାୟ ଦୃଷ୍ଟିବାଧିତା ଲିଜା ମଣ୍ଡଳଙ୍କ ପାଖରେ । ଏସବୁ ସତ୍ତ୍ୱେବି ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି ଲିଜା ଗାଁ ଗାଁ ବୁଲି ଗାଉଁଛନ୍ତି ନମିତା ଅଗ୍ରୱାଲଙ୍କ ଗୀତ । ଆଉ ସେଥିôରୁ ଯାହା ଦୁଇ ପଇସା ମିଳୁଛି ସେଥିରେ ଚଳୁଛି ତାଙ୍କ ଜୀବନ । ଦୁଃଖତ ଜୀବନରେ ଅନେକ ହେଲେ ଗୀତରେ ଗୀତରେ ଲିଜା ମଣ୍ଡଳ ଭୁଲେଇଦିଅନ୍ତି ନିଜ ଦୁଃଖ ଯନ୍ତ୍ରଣାକୁ……

Advertisement

Leave a Reply

Your email address will not be published. Required fields are marked *