ରାମ ମନ୍ଦିର ନିର୍ମାଣ ଅଭିଯାନରେ ଗ୍ରହଣ କରିଥିଲେ ପ୍ରମୁଖ ଭୂମିକା, ମନ୍ଦିର ପ୍ରତିଷ୍ଠା ଉତ୍ସବରେ ହେଲେ ନିମନ୍ତ୍ରିତ…
1 min readଜାନୁଆରୀରେ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ବିଜେପି ଭେଟେରାନ ଲାଲ କୃଷ୍ଣ ଆଡଭାନୀ ଏବଂ ମୁର୍ଲି ମନୋହର ଯୋଶୀଙ୍କୁ ମିଳିଛି ନିମନ୍ତ୍ରଣ । ବୋଲି ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ନେତାମାନେ ଆଜି ଏହି ଦୁଇ ନେତାଙ୍କ ଘରେ ପହଞ୍ଚି ସେମାନଙ୍କୁ ନିମନ୍ତ୍ରଣ ପତ୍ର ଦେଇଥିବା ଜଣାପଡିଛି । ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୯୦ ଦଶକରେ ଆରମ୍ଭ ହୋଇଥିବା ଅଭିଯାନ ବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆଡଭାନୀ ଓ ଯୋଶୀ । ତେଣୁ ସେମାନଙ୍କୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିବା ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ଆଲୋକ କୁମାର କହିଛନ୍ତି । ସେପଟେ ଏହି କାର୍ଯ୍ୟକ୍ରମରେ ଉଭୟ ସାମିଲ ହେବାକୁ ଶତ ପ୍ରତିଶତ ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି । ଦିନକ ପୂର୍ବରୁ ଚମ୍ପତ ରାୟ କହିଥିଲେ ଯେ ଉଭୟ ଆମ ପରିବାର ବରିଷ୍ଠ ସଦସ୍ୟ । ସେମାନଙ୍କ ବୟସକୁ ଦୃଷ୍ଟିରେ ରଖି ଉଭୟଙ୍କୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ ଅନୁରୋଧ କରାଯାଇଛି । ଉଭୟ ଏହାକୁ ଗ୍ରହଣ କରିଥିବା ଶ୍ରୀ ରାୟ କହିଥିଲେ । କେବଳ ସେତିକି ନୁହେଁ ଶ୍ରୀ ରାୟ ଗତକାଲି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ଏବଂ ଏହି ବିଶାଳ ସମାରୋହରେ ୬ଟି ପ୍ରାଚୀନ ବିଦ୍ୟାଳୟର ଶଙ୍କରାଚାର୍ଯ୍ୟ, ପ୍ରାୟ ୪,୦୦୦ ସାଧୁ ଏବଂ ୨୨୦୦ ଜଣଙ୍କୁ ନିମନ୍ତ୍ରଣ କରାଯାଇଛି । ଅତିଥିମାନେ କାଶୀ ବିଶ୍ୱନାଥ ଏବଂ ବ ସଗ୍ଦଷ ଷ୍ଣୋ ଦେବୀ ଭଳି ପ୍ରମୁଖ ମନ୍ଦିରର ମୁଖ୍ୟ ଯୋଗଦେବେ ବୋଲି ସେ କହିଛନ୍ତି ।