ତ୍ରୁଟି ପୂର୍ଣ୍ଣ ଚିକିତ୍ସା ପାଇଁ ଯୁବକଙ୍କ ମୃତ୍ଯୁ ଅଭିଯୋଗ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଉତ୍ତେଜନା..
1 min readଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଯୁବକଙ୍କ ଜୀବନ । ଯାହାପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଉତ୍ତେଜନା ଦେଖା ଦେଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନିହାଲ ସିଂ ଛକ ନିକଟରେ ରହୁଥିବା ସୁରେଶ ସ୍ୱାଇଁ ଙ୍କ ପୁତ୍ର ବିକାଶ ଜ୍ୱର ପୀଡିତ ଥିବାରୁ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ପୁରୁଷ ମେଡ଼ିସିନ ୱାର୍ଡରେ ଭର୍ତ୍ତି କରିଥିଲେ ।
ସନ୍ଧ୍ୟାରେ ଡାକ୍ତର ପିକେ ମିଶ୍ରଙ୍କ ପରାମର୍ଶ ଅନୁଯାୟୀ ଷ୍ଟାଫ ନର୍ସ ଇଞ୍ଜେକେସନ ଦେବାର ମାତ୍ର କେଇ ମିନିଟ ପରେ ମୃତ୍ୟୁ ହୋଇଛି। ଏହା ପରେ ଶହ ଶହ ଯୁବକ ଓ ମୃତକଙ୍କ ନିକଟ ସମ୍ପର୍କୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଂଚି ପ୍ରତିବାଦ କରିବା ସହ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଫୋର୍ସ ମେଡିକାଲରେ ପହଂଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏ ନେଇ ଡାକ୍ତରଖାନା ପକ୍ଷରୁ କାହାରି ପ୍ରତିକ୍ରିଆ ମିଳିପାରିନାହିଁ ।