Pratidin TV

Odisha's Digital News Platform

କିଏ ଏହି ୬ ଅଭିଯୁକ୍ତ ? ପୂରା ଜୱାନ୍ ସିନେମା ଭଳି ଘଟେଇଲେ ପ୍ଲାନ୍‌!

1 min read

ଡିସେମ୍ବର୧୩ରେ ଲୋକସଭା ଭିତରେ ଘଟିଯାଇଥିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଦେଇଛି । ୬ ଅଭିଯୁକ୍ତ ଆପଣାଇଥିଲେ ଫିଲ୍ମ ଜୱାନର ଷ୍ଟାଇଲ । ପ୍ରଥମେ ଏକାଠି କରିଥିଲେ ଯୋଜନା ପରେ ସୁଯୋଗ ଦେଖି ପ୍ଲାନକୁ କରିଥିଲେ କାର୍ଯ୍ୟକାରି । ତେବେ ପ୍ଲାନ ପାଇ ବାଛିଥିଲେ ଡିସେମ୍ବର ମାସର ୧୩ ତାରିଖ । ବର୍ତ୍ତମାନ ସଂସଦରେ ଚାଲୁଛି ଶୀତକାଳୀନ ଅଧିବେଶନ । ଯାହାର ସୁଯୋଗ ନେଇ ଏଭଳି କାଣ୍ଡ ଭିଆଇଲେ । ସଂସଦରେ ପଶିଠାରୁ ଆରମ୍ଭକରି ଭିତରେ କାଣ୍ଡ ଭିଆଇବା ପର୍ଯ୍ୟନ୍ତ ସବୁକିଛି ପ୍ଲାନ କରି ସମସ୍ତ ସୁରକ୍ଷାକର୍ମୀଙ୍କୁ ଚଖମା ଦେଇ ଗୃହ ଭିତରକୁ ପଶିଯାଇଥିଲେ ୨ଜଣ । ଖାଲି ଏତକିି ନୁହେଁ ସଂସଦ ଭିତରେ କରିଥିଲେ ସ୍ମୋକ ଆଟାକ । ତେବେ ଏହି ଘଟଣା ପରେ ପ୍ରଥମେ ଭିତରେ ଥିବା ୨ଜଣଙ୍କୁ କାବୁ କରଥିବା ବେଳେ ସଂସଦ ବାହାରେ ରହିଥିଲେ ଆଉ ୪ଜଣ ଅଭିଯୁକ୍ତ । ୬ଜଣଙ୍କ ମିଶି ଏହି ଘଟଣା ଘଟାଇବାକୁ ରଚିଥିଲେ ପ୍ଲାନ । ସେମାନଙ୍କ ଭିତରୁ ୫ଜଣ ଗିରଫ ହୋଇଥିବା ବେଳେ ଜଣେ ଏବେ ବି ଫେରାର ରହିଛି । ତେବେ ୬ ଅଭିଯୁକ୍ତ ହେଲେ ସାଗର ଶର୍ମା(୨୬), ମନୋରଂଜନ ଡି(୩୪) , ନୀଲମ ଆଜାଦ(୩୭), ଆମୋଲ ସିନ୍ଦେ(୨୫), ବିକି ଶର୍ମା ଏବଂ ଲଲିତ ଝା । ମିଳିଥିବା ସୂଚନା ଅନୁଯାୟୀ ଷଡଯନ୍ତ୍ରକାରୀ ମାନେ ସୋସିଆଲ ମିଡିଆ ଜରିଆରେ ପ୍ରଥମେ ବନ୍ଧୁ ହୋଇଥିଲେ । ପରେ ଗୁରଗାଁଓରେ ଲଲିତ ଝାଙ୍କ ଘରେ ସେମାନେ ଭଡା ରହୁଥିଲେ । ସେଠାରେ ରହି ଦୀର୍ଘ ଦିନ ଏହାର ଏହାର ପ୍ଲାନିଂ କରିଥିଲେ । ୬ଜଣ ଭିତରକୁ ଯିବାକୁ ଚାହୁଁଥିବା ବେଳେ କେବଳ ୨ଜଣ ଅର୍ଥାତ ସାଗର ଶର୍ମା ଏବଂ ମନୋରଂଜନ ଡିଙ୍କୁ ସଂସଦ ଭିତରକୁ ଯିବାକୁ ପାସ ମିଳିଥିଲା । ପୋଲିସ ୫ଜଣଙ୍କୁ ଗିରଫ କରି ଅଧିକ ପଚରାଉଚୁରା କରୁଛି । ତେବେ ପୋଲିସ ସେମାନଙ୍କୁ ଆଜି କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଆବେଦନ କରିଛି ।

କିଏ ସେହି ୬ ଅଭିଯୁକ୍ତ?

Advertisement

ପ୍ରଥମ ଅଭିଯୁକ୍ତ ସାଗର ଶର୍ମା:

ଉତ୍ତର ପ୍ରଦେଶ ଲକ୍ଷ୍ନୌର ବାସିନ୍ଦା ହେଉଛନ୍ତି ସ୨୭ ବର୍ଷିୟା ସାଗର ଶର୍ମା । ତାଙ୍କୁ ମିଶାଇ ତାଙ୍କ ପରିବାରରେ ୪ଜଣ ସଦସ୍ୟ ରହିଛନ୍ତି । ପରିବାର ପୋଷିବା ପାଇଁ ସେ ରିକ୍ସା ଚଳାଇଥାନ୍ତି । ‘ଭଗତ ସିଂ ଫ୍ୟାନ୍ କ୍ଲବ୍‌’ ସହ ସେ ଜଡିତ ଅଛନ୍ତି ।ସେ ସୋସିଆଲ ମିଡିଆ ପୋଷ୍ଟରେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ ଏବଂ ମାର୍କ୍ସବାଦୀ ବିପ୍ଳବୀ ଚେ ଗୁଏଭାରାଙ୍କୁ ଫଲୋ କରୁଥିଲେ ।

୨ୟ ଅଭିଯୁକ୍ତ ମନୋରଂଜନ ଡି:

ସାଗରଙ୍କ ସହ ମନୋରଂଜନ ମଧ୍ୟ ଲୋକସଭା ରେ ଗ୍ୟାଲେରୀରୁ ଚାମ୍ବରକୁ ଡେଇଁଥିଲେ । ତେବେ ମନୋରଂଜନ ମଇଶୁରୁ କମ୍ପ୍ୟୁଟର ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ୩୪ ବର୍ଷୀୟ ମନୋରଂଜନ ଗ୍ୟାଲେରୀକୁ ପାସ୍ କରିଥିଲେ ଏବଂ ଶର୍ମାଙ୍କ ପରେ ଲୋକସଭା ଚାମ୍ବରକୁ ଡେଇଁଥିଲେ । ସ୍ନାତକୋତ୍ତର ସମାପ୍ତ କରିବା ପରେ ମନୋରଂଜନ ସରକାରୀ ଚାକିରି ନେଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

୩ୟ ଅଭିଯୁକ୍ତ ନିଲମ:

କେବଳ ଯୁବକ ନୁହେଁ ଏହି ଘଟଣାରେ ମହିଳା ମଧ୍ୟ ସାମିଲ ହୋଇଛନ୍ତି । ତାଭ୍‌କୁ ପାସ ନମିଳିବାରୁ ସେ ସାଂସଦ ବାହାରେ ରହି ସ୍ମୋକ ବମ ଆଟାକ କରିଥିଲେ । ହରିୟାଣାର ହିସାରରୁ ଆସିଥିବା ୩୭ ବର୍ଷିୟ ମହିଳା ନୀଲମ ଆଜାଦ ଏମ.ଫିଲ ଡିଗ୍ରୀ ହାସଲ କରିଛନ୍ତି ଏବଂ ଶିକ୍ଷାଦାନ ଚାକିରି ପାଇବା ପାଇଁ ଆବଶ୍ୟକ ହେଉଥିବା ଜାତୀୟ ଯୋଗ୍ୟତା ପରୀକ୍ଷା ମଧ୍ୟ କ୍ଲିୟର କରିଛନ୍ତି । ସଂସଦ ବାହାରେ ନାଲି ଏବଂ ହଳଦିଆ ଧୂଆଁରେ ପରିପୂର୍ଣ୍ଣ କ୍ୟାଣ୍ଟର ପକେଇବା ଏବଂ “ଏକଛତ୍ରବାଦୀ ଶାସନକୁ” ନିନ୍ଦା କରୁଥିବା ସ୍ଲୋଗାନ ଦେଇଥିଲେ ନୀଲମ ଆଜାଦ । ନିର୍ଦ୍ଧାରିତ ଜାତିବର୍ଗ ର ଅମୋଲ ସିନ୍ଦେ ନୀଲାମ ଆଜାଦ ସହ ଯୋଗଦେଇ କ୍ୟାଣ୍ଟର ପକେଇବା ସହ ସଂସଦ ବାହାରେ ସ୍ଲୋଗାନ ଦେଇଥିଲେ ।

୪ର୍ଥ ଅଭିଯୁକ୍ତ ଅମୋଲ ସିନ୍ଦେ:

ସଂସଦର ସୁରକ୍ଷା ଭାଙ୍ଗିଥିବା ଅମୋଲ ଧନରାଜ ସିନ୍ଦେ ମହାରାଷ୍ଟ୍ର ଲାଟୁରର ଗାଁର ବାସିନ୍ଦା । କୃଷି ଶ୍ରମିକଙ୍କ ପୁଅ ହେଉଛନ୍ତି ୨୫ ବର୍ଷିୟା ଅମୋଲ ସିନ୍ଦେ । ସେ ଜଣେ ବିଏ ଗ୍ରାଜୁଏଟ । ତାଙ୍କ ଘର ଆର୍ଥିକ ଅବସ୍ଥା ଭଲ ନୁହେଁ । ମାଆବାପା ଏବଂ ଭାଇ ଦିନ ମଜୁରୀଆ କାମ କରି ଘର ଚଳାଇଥାନ୍ତି । ଅମୋଲ ବାରମ୍ବାର ଚେଷ୍ଟା ସତ୍ତ୍ୱେ୍ ପୋଲିସ ଏବଂ ସେନା ନିଯୁକ୍ତି ପରୀକ୍ଷା ଦେଉଥିଲେ ସୁଧା ସେଥିରେ ଉନ୍ନିତ ହେବାରେ ବିଫଳ ହୋଇଥିଲେ । ୯ ଡିସେମ୍ବରରେ ସେ ସେନାରେ ଭର୍ତ୍ତି ହେବାର ବାହାନା କରି ଘରୁ ବାହାରି ଦିଲ୍ଲୀ ଚାଲି ଆସିଥିଲେ ।

୫ମ ଅଭିଯୁକ୍ତ ବିକି ଶର୍ମା :

ସଂସଦ ଭିତରକୁ ପଶିବା ପ୍ଲାନ କରିବା ପରେ ସମସ୍ତ ପ୍ରଥମେ ବିକି ଓରଫ ବିଶାଲଙ୍କ ଘରୁକୁ ଆସିଥିଲେ । ବିକି ପୂର୍ବରୁ ଏକ୍ସପଟ କମ୍ପାନୀରେ ଏକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ପରେ ସେ କାମ ଛାଡି ବର୍ତ୍ତମାନ ଅଟୋ ଚଳାଉଥିଲେ ।

୬ଷ୍ଠ ଅଭିଯୁକ୍ତ ଲଲିତ ଝା:

ସଂସଦରେ ପଶିବା ଏବଂ ଧୁଆଁମୟ କରିବା ପ୍ଲାନର ମାଷ୍ଟର ମାଇଣ୍ଡ ହେଉଛନ୍ତି ଏହି ଷଷ୍ଠ ଅଭିଯୁକ୍ତ ଲଲିତ ଝା । ସେ କୋଲକାତାର ବାସିନ୍ଦା ଅଟନ୍ତି । ସେ ପେଶାରେ ଜଣେ ଶିକ୍ଷକ ଅଟନ୍ତି । ବିପ୍ଲବୀ ଶହିଦ ଭଗଦ ସିଂଙ୍କୁ ସେ ଫଲୋ କରନ୍ତି । ତେବେ ଅନ୍ୟମାନେ ପୋଲିସ କବଜାରେ ଥିବା ବେଳେ ଲଲିତ ଏବେ ବି ଫେରାର ଅଛନ୍ତି । ମାଷ୍ଟର ମାଇଣ୍ଡକୁ ଜୋରାସୋର ଭାବେ ଖୋଜୁଛି ପୋଲିସ । ଶେଷଥର ପାଇଁ ଲଲିତଙ୍କୁ ରାଜଧାନୀ ଠାରୁ ୧୨୫ କିମି ଦୂରରେ ଥିବା ଏକ ଦୁର୍ଗ ସହର ନେମ୍ରାନାରେ ଦେଖା ଯାଇଥିଲା ।

Leave a Reply

Your email address will not be published. Required fields are marked *