Pratidin TV

Odisha's Digital News Platform

ନିଆରା ଶୈଳୀରେ ଚାଲିଛି ପ୍ରଚାର….ଭୋଟ ପାଇଁ ସେଲୁନରେ ଦାଢ଼ି କାଟିଲେ ପାର୍ଥୀ

ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଦଳର ପାର୍ଥୀମାନେ ସେମାନଙ୍କର ନିର୍ବାଚନ ପ୍ରଚରକୁ ଜୋରଦାର କରିଛନ୍ତି | ଭୋଟ ପାଇବା ଆଶାରେ ପାର୍ଥୀମାନେ ବିଭିନ୍ନ ଉପାୟରେ ଜନସାଧାରଣଙ୍କୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି | ସେଥିମଧ୍ୟରୁ ତାମିଲନାଡୁର ରାମେଶ୍ୱରରୁ ଏଭଳି ଜଣେ ପାର୍ଥୀଙ୍କ ବିଷୟରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି | ଯିଏ ଦିନକୁ ଦିନ ଜନସାଧାରଣଙ୍କ ମନ ଜିଣିବା ପାଇଁ କିଛି ଏପରି କରିଛନ୍ତି | ସେଲୁନ ଭିତରେ ଜଣେ ବ୍ୟକ୍ତିଙ୍କ ଦାଢ଼ି କାଟିବା ପରେ ତାଙ୍କ ହାତ ଯୋଡି ଭୋଟ ମାଗୁଛନ୍ତି ଜଣେ ସ୍ୱାଧୀନ ପାର୍ଥୀ | ଏପରି କିଛି କୌତୁହଳ ଭିଡ଼ିଓ ଆସିଛି ସାମ୍ନାକୁ |

ତେବେ ରାମନାଥପୁରମର ଜଣେ ସ୍ୱାଧୀନ ପାର୍ଥୀ ପରିରାଜନ ନିର୍ବାଚନ କ୍ୟାମ୍ପେନିଂ ବେଳେ ଆପଣାଇଛନ୍ତି ନୂଆ ଫଣ୍ଡା। ସେଲୁନରେ ପଶି ଜଣେ ବ୍ୟକ୍ତିଙ୍କର ଦାଢ଼ି କଟୁଥିବାର ଦେଖିବାକୁ ମିଳିଥିଲା | ଏହାର ଭିଡ଼ିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି | ପାର୍ଥୀ ଜଣେ ନିଜେ ଦାଢ଼ି କାଟିବା ପରେ ହାତ ଯୋଡି ଭୋଟ କରିବାପାଇଁ ନିବେଦନ କରିଛନ୍ତି | ପରେ ସେଠାରେ ବ୍ୟକତ୍ତି ଜଣକ ହଁ ହଁ କହି ନାମସଙ୍କର କରି ସ୍ସେଠାରୁ ଚକଲି ଯାଉଛନ୍ତି | ଏହି ଭିଡ଼ିଓ ଭାଇରାଲ ହେବା ପରେ ବହୁ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି |

ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ​​ପ୍ରାୟ ୯୭ କୋଟି ଭାରତୀୟ ଭୋଟ୍ ପାଇବାକୁ ଯୋଗ୍ୟ ହେବେ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ଆୟୋଗଙ୍କ ଅନୁଯାୟୀ, ଗତ ଲୋକସଭା ନିର୍ବାଚନ ୨0୧୯ ପରଠାରୁ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି। ନିର୍ବାଚନ ଆୟୋଗ ରିପୋର୍ଟ କରିଛି ଯେ ଭାରତରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ଭୋଟ୍ ଦେବା ପାଇଁ ବିଶ୍ୱର ସର୍ବବୃହତ ୯୬.୮୮ କୋଟି ଭୋଟର ପଞ୍ଜିକୃତ ହୋଇଛନ୍ତି। ୧୮ ରୁ ୨୯ ବର୍ଷ ବୟସର ୨ କୋଟିରୁ ଅଧିକ ଯୁବକ ଭୋଟରଙ୍କୁ ଭୋଟର ତାଲିକାରେ ଯୋଡି ଦିଆଯାଇଛି।

Leave a Reply

Your email address will not be published. Required fields are marked *