Pratidin TV

Odisha's Digital News Platform

ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ , ଭୋଟରକୁ ଅପିଲ କଲେ ସେଲିବ୍ରେଟି …

1 min read

ଦେଶରେ ଏବେ ଚାଲିଛି ଗଣତନ୍ତ୍ର ମହାନପର୍ବ । ୨୦୨୪ ସାଧାରଣ ନିର୍ବାଚନ । ଲୋକପ୍ରତିନିଧି ବାଛିବେ ଜନତା । ନେତା ମାନଙ୍କୁ ନିର୍ବାଚିତ କରି ଗଣତନ୍ତ୍ରର ମନ୍ଦିର ସଂସଦ ଓ ବିଧାନସଭାକୁ ବାଛିବେ ଜନପ୍ରତିନିଧି । ଆଉ ଏଥିରେ ମୁଖ୍ୟ ଭୂମିକା ନିଭାନ୍ତି ମତଦାତା । ୫ବର୍ଷକୁ ଥରେ ହୋଇଥାଏ ଇଲେକ୍ସନ୍ । ଭୋଟରଙ୍କୁ ମିଳିଥାଏ ତାଙ୍କ ଜନ ନାୟକ ବାଛିବାର ସୁଯୋଗ । ନିର୍ବାଚନ ଯେତେ ଆବଧ, ନିରପକ୍ଷ ଓ ସ୍ୱଚ୍ଛ ଭାବେ ହେବ ତାହା ଆମ ସମ୍ବିଧାନକୁ ମଜଭୂତ ଓ ସୁଦୃଢ କରିବ । ହେଲେ ଲୋକ ଭୁଲିଯାଇଛନ୍ତି ନିଜର ନିଜର କ୍ଷମତା । ଗୋଟେ ଭୋଟର ମୂଲ୍ୟ କ’ଣ ଆମେ ଜାଣିବି କରିଦେଉଛନ୍ତି ଅପବ୍ୟବହାର । ତେବେ ବର୍ତ୍ତମାନ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ନିଆରା ଢଙ୍ଗରେ ଅପିଲ କଲେ ତାରକା । ନିଜର ବହୁ ମୂଲ୍ୟ ଭୋଟ ନେତା ବାଛିବାକୁ ନିବେଦନ କରିଲେ ତାରକା ।

ପୂର୍ବରୁ ୨ଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ହେଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିଲେ ବି ଅନେକ ଲୋକ ମତଦାନ ନିଜର ମତସାବ୍ୟସ୍ତ କରିନାହାନ୍ତି । ତେବେ ଏହିସମୟରେ ନିଆରା ଢଙ୍ଗରେ ଲୋକମାନଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି କିଛି ସେଲିବ୍ରେଟି । ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ କରଣ ଜୋହର ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଠାରୁ ଆରମ୍ଭ କରି ରଣବୀର କପୁର, କରଣ ଜୋହର, ବିକ୍ରାନ୍ତ ମାସି ଏବଂ ଶଙ୍କର ମହାଦେବନଙ୍କ ସମେତ ଅନେକ ସେଲିବ୍ରିଟିମାନେ ଫ୍ୟାନ୍ସ ଏବଂ ଲୋକଙ୍କୁ ଭୋଟ ଦେବାକୁ ଅପିଲ କରୁଥିବା ନଜର ଆସିଛନ୍ତି ।

କରଣ ଜୋହର ତାଙ୍କ ଇନଷ୍ଟାଗ୍ରାମରେ ସମସ୍ତ ସେଲିବ୍ରିଟି ଅଭିନେତା, ଚଳଚ୍ଚିତ୍ର ନିର୍ମାତା, ସଂଗୀତଜ୍ଞ ଏବଂ କ୍ରୀଡ଼ାବିତଙ୍କୁ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ପୋଲର ଝଲକ ସହ ଆରମ୍ଭ ହୋଇଥିଲା, ଯେଉଁଥିରେ ସେଲିବ୍ରିଟିମାନେ ଫ୍ୟାନ୍ସଙ୍କୁ ପଚାରନ୍ତି, ତୁମେ ଆମର ଦାଢି, କେଶ ଏବଂ ପ୍ରିୟ ଖାଦ୍ୟ, ଷ୍ଟାଇଲ, କ୍ୟାରିୟର ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ଆମକୁ ଭୋଟ୍ ଦେଇଛନ୍ତି, କିନ୍ତୁ ଆପଣ ନିଜ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି କି?ଦେଶର ଭବିଷ୍ୟତ ଆପଣଙ୍କ ହାତରେ ଅଛି । ଲୋକସଭା ନିର୍ବାଚନ ପାଇଁ ଜାଗ୍ରତ ହୁଅ ଏବଂ ଭୋଟ ଦିଅ । ଭିଡିଓ ଶେଷରେ, ସମସ୍ତ ସେଲିବ୍ରିଟିମାନେ ଏକ ବୋର୍ଡ ଧରିଥିଲେ ଯେଉଁଥିରେ ଲେଖାଥିଲା, “VoteWhereItMatters” । କରଣ ଏହି ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ବର୍ତ୍ତମାନ ଆମେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ଦୟାକରି ଯାଆନ୍ତୁ ଏବଂ ଭୋଟ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *