Pratidin TV

Odisha's Digital News Platform

ଲୋକସଭା ପ୍ରଥମ ପର୍ଯ୍ୟାୟ ଭୋଟିଂ ; ବେଦୀରୁ ଉଠି ଆସି ଭୋଟ ଦେଲେ ନବ ଦମ୍ପତି …..

1 min read

ଆଜିଠୁ ଆରମ୍ଭ ହୋଇଛି ଭୋଂଟି ପ୍ରକିୟା । ଲୋକସଭା ନିର୍ବାଚନରେ ଆଜି ପ୍ରଥମ ମତଦାନ । ପ୍ରଥମ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୮୭ ହଜାର ପୋଲିଂ କେନ୍ଦ୍ରରେ ମତଦାନ ହେବାକୁ ଥିବା ବେଳେ ୧୬ କୋଟି ୫୩ କୋଟି ଲୋକ ମତଦାନ କରିବେ । ମତଦାନ ସକାଳ ୭ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ପର୍ଯ୍ୟାନ୍ତ ଚାଲିବ । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ।ଏହିଭଳି ସ୍ଥିତିରେ ଆଜି ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା ।

ପାୱରି ଘରବାଲ ପୁଲିଙ୍ଗ୍ ବୁଥ୍ ରେ ନବବିବାହିତା ଯୋଡିଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ସକାଳୁ ସକାଳୁ ବିବାହ ସରିବା ପରେ ବରକନ୍ୟା ମଣ୍ଡପରୁ ସିଧା ପୁଲିଂ ବୁଥ୍‌ରେ ଭୋଟ୍ ଦେବାକୁ ପହଞ୍ଚିଥିଲେ । ତେବେ ଦୁହିଁଙ୍କ ଏଭଳି ନିଷ୍ପତିକୁ ଲୋକେ ଅନେକ ପ୍ରଶଂସା କରିଛନ୍ତି । ଏହା ସହ ସୋସିଆଲ ମିଡିଆରେ ମଧ୍ୟ ଦୁହିଁଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *