Pratidin TV

Odisha's Digital News Platform

ଆସିଲା ବଡ଼ ଖବର , ମାର୍ଚ୍ଚ ୧୪ ଓ ୧୫ ରେ ଘୋଷଣା ହେବ ନିର୍ବାଚନ ତାରିଖ !

1 min read

ଆରମ୍ଭ ହେବାକୁ ଯାଉଛି ଲୋକସଭା ନିର୍ବାଚନ । ଏବେ ଲୋକସବା ନିର୍ବାଚନ ପ୍ରସ୍ତୁତିରେ ନିର୍ବାଚନ ଆୟୋଗ । ମାର୍ଚ୍ଚ ୧୪-୧୫ ରେ ହେବ ନିର୍ବାଚନ ଘୋଷଣା ହୋଇପାରେ । ସୂଚନାରୁ ପ୍ରକାଶଯେ ନିର୍ବାଚନ ଆୟୋଗ ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲର ଦ୍ୱିତୀୟ ସପ୍ତାହରେ ହୋଇପାରେ । ୨୦୧୯ ଭଳି ଏଥର ମଧ୍ୟ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ । ତେବେ ୧୪ କିମ୍ବା ୧୫ ରେ ନିର୍ବାଚନ ଆଚରଣ ବିଧୀ ଲାଗୁକରାଯାଇ ପାରେ ।

ଲୋକ ସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ନିର୍ବାଚନ ଆୟୋଗ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଆୟଜନ କରିବାକୁ ଯାଉଛନ୍ତି । ତେବେ ଏହି ସମ୍ମିଳନୀରେ ନିର୍ବାଚନ ଆୟୋଗ ଲୋକ ସଭା ନିର୍ବାଚନ ତାରିଖ ଘୋଷଣା କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ନିର୍ବାଚନ ପ୍ରସ୍ତୁତିରେ ନିର୍ବାଚନ ଆୟୋଗ ରାଜ୍ୟ ଗସ୍ତରେ ଅଛନ୍ତି । ସମସ୍ତ ରାଜ୍ୟର ପ୍ରସ୍ତୁତିର ଆକଳନ ପରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ ।

Advertisement

Leave a Reply

Your email address will not be published. Required fields are marked *