Pratidin TV

Odisha's Digital News Platform

ନିର୍ବାଚନ ମଇଦାନରେ ସ୍ୱାମୀ ସ୍ତ୍ରୀ , ସମାନ ଆସନରୁ ପରସ୍ପର ବିରୋଧରେ କରିବେ ପ୍ରତିଦ୍ୱନ୍ଦିତା …

ଏକାସାଙ୍ଗରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଦମ୍ପତ୍ତି । ହେଲେ ସମାନ ଆସନରୁ ପରସ୍ପର ବିରୋଧରେ ପ୍ରତିଦ୍ୱନ୍ଦିତା କରିବେ । ଏବେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ବି ରାଜନୀତି । ଚଳିତ ଥର ନିର୍ବାଚନ ରେ ଦେଖିବାକୁ ମିଳିବ ସ୍ୱାମୀ ସ୍ତ୍ରୀଙ୍କ ଲଢେଇ । ଏଥର ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ସ୍ୱାମୀ ସ୍ତ୍ରୀ । ଗତକାଲି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ସୁଜାତା ମଣ୍ଡଳଙ୍କ ନାଁ ମଧ୍ୟ ରହିଛି । ସେ ତାଙ୍କ ପୂର୍ବତନ ସ୍ୱାମୀ ସୋମିତ୍ର ଖାନଙ୍କ ବିରୋଧରେ ବାଙ୍କୁରା ଜିଲ୍ଲାର ବିଷ୍ଣୁପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ ।

ସୋମିତ୍ର ଖାନ୍ ବିଜେପି ପକ୍ଷରୁ ବିଷ୍ଣୁପୁର ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ତେବେ ତୃଣମୂଳ କଂଗ୍ରେସ ମଧ୍ୟ ଏହି ଆସନ ପାଇଁ ସୁଜାତା ମଣ୍ଡଳଙ୍କୁ ଟିକେଟ୍ ଦେଇଛି । ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଦମ୍ପତି ପରସ୍ପରଠୁ ଅଲଗା ହୋଇଯାଇଥିଲେ । ସୁଜାତା ତ୍ରୁଣମୂଳ କଂଗ୍ରେସରରେ ଯୋଗ ଦେବା ପରେ ସୋମିତ୍ର ଖାନ କ୍ୟାମେରା ସମ୍ମୁଖରେ ସୁଜାତାଙ୍କୁ ଛାଡପତ୍ର ଦେଇଥିବା ନେଇ ଘୋଷଣା କରିଥିଲେ ।
ବିଷ୍ଣୁପୁରର ବିରିଷ୍ଠ ନେତା ସୋମିତ୍ର ଖାନ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ସୁଜାତା ତାଙ୍କ ପାଇଁ ପ୍ରଚାର କରୁଥିଲେ । ସୂଚନାଯୋଗ୍ୟ, ଗତକାଲି ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ୪୨ ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରୁ ସ୍ପଷ୍ଟ ହୋଇ ଯାଇଛି ଯେ ମମତା ବାନାର୍ଜୀ ଏକୁଟିଆ ହିଁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତିି ନେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତିରେ କଂଗ୍ରେସ ଦୁଃଖୀ ଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *