Pratidin TV

Odisha's Digital News Platform

ବାଚସ୍ପତି ରେସ; ଓମ୍ ବିର୍ଲା କଲେ ନାମାଙ୍କନ ପତ୍ର ଦାଖଲ..ଟକ୍କର ଦେବେ କେ. ସୁରେଶ

1 min read

କିଏ ହେବ ବାଚସ୍ପତି? ତାକୁ ନେଇ ଚାଲିଛି ଅଙ୍କକଷା। ଏହାରି ଭିତରେ ଓମ୍‌ ବିର୍ଲା ପୁଣି ଥରେ ବାଚସ୍ପତି ହୋପାରନ୍ତି। ଲୋକସଭା ବାଚସ୍ପତି ପଦକୁ ନେଇ ଚାଲିଥିବା ସସପେନସ ଏଭଳି କିଛି ଚର୍ଚ୍ଚା ଜୋର୍‌ ଧରିଛି। ମଙ୍ଗଳବାର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓମ୍ ବିର୍ଲା। ଏନଡିଏ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସୂଚନା ଅନୁଯାୟୀ, ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାରି ଭିତରେ ସାମ୍ନାକୁ ଆସିଛି ନୂଆ ଟ୍ୱିଷ୍ଟ। ଏନ୍‌ଡିଏର ବାଚସ୍ପତି ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ଟକ୍କର ଦେବେ କେ.ସୁରେଶ। ଇତିହାସର ପ୍ରଥମ ଥର ହେବ ବାଚସ୍ପତି ପଦ ପାଇଁ ନିର୍ବାଚନ।

Advertisement

ଇଣ୍ଡି ମେଣ୍ଟ ପକ୍ଷରୁ କେ. ସୁରେଶ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ଓମ ବିର୍ଲା ଏନଡିଏ ପକ୍ଷରୁ ଲୋକ ସଭା ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତେବେ ବାଚସ୍ପତି ରେସରେ ଓମ୍ ବିର୍ଲାଙ୍କୁ ଟକ୍କର ଦେବାକୁ ଯାଉଛନ୍ତି କେ. ସୁରେଶ |

Leave a Reply

Your email address will not be published. Required fields are marked *