Pratidin TV

Odisha's Digital News Platform

ପ୍ରଚାରକ ସାଜିଛି ରୋବର୍ଟ , ପ୍ରାର୍ଥୀ ଙ୍କ ପାଇଁ ବୁଲି ବୁଲି ମାଗୁଛି ଭୋଟ ..

1 min read

ମୁଣ୍ଡ ଉପରେ ନିର୍ବାଚନ । ଏଥିପାଇଁ ସଜବାଜ ଆରମ୍ଭ କଲେଣି ସବୁ ଦଳ । ହେଲେ ଚଳିତ ନିର୍ବାଚନରେ ଲୋକ ଦେଖିବେ ନିଆରା ଦୃଶ୍ୟ । ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛି ରୋବୋର୍ଟ । ପ୍ରାର୍ଥୀ ଙ୍କ ପାଇଁ ବୁଲି ବୁଲି ମାଗୁଛି ଭୋଟ । ତାମିଲନାଡୁର ଧର୍ମପୁରୀ ନିର୍ବାଚନ ମଣ୍ଡଳୀରେ ଏପରି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଧର୍ମପୁରୀ ଲୋକସଭା ଆସନରୁ ଏଆଇଏଡିଏମ୍ କେ ପ୍ରାର୍ଥୀ ଡ. ଅଶୋକନ୍ ନିର୍ବାଚନ ପ୍ରଚାର ଲାଗି ରୋବୋର ସାହାଯ୍ୟ ନେଇଛନ୍ତି ।

ଯାହା ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକେ ପ୍ରଚାରକ ରୋବୋ ପାଖକୁ ଆସି ଦେଖୁଛନ୍ତି । ରୋବୋଟ ଏଆଇଏଡିଏମ୍ କେ ର ଶାଲ୍ କୁ କାନ୍ଧରେ ପକାଇଥିବା ଦେଖିବାକୁ ମିଳୁଛି । ଏହା ଶରୀରରେ ଏକ ସ୍କ୍ରିନ୍ ଅଛି, ଯେଉଁଥିରେ ଏନ୍ଟିଆର ଓ ଜୟଲଲିତା ଲୋକଙ୍କୁ ଏଆଇଏଡିଏମ୍ କେ ପାଇଁ ଲୋକଙ୍କୁ ଭୋଟ୍ ମାଗୁଛନ୍ତି । ଏଥିସହିତ ଦଳର ପୂର୍ବତନ ସରକାରଙ୍କ କିଛି ପୁରୁଣା ଯୋଜନା ବିଷୟରେ ଲୋକଙ୍କୁ ସୂଚନା ଦେଉଛି ରୋବୋ ।

Advertisement

ସେହି ସ୍କ୍ରିନ ରେ ଏଆଇ ଦ୍ୱାରା ପରିଚାଳିତ ଦିବଂଗତ ଜୟଲଲିତା ଏଆଇଏଡିଏମ୍ କେ କୁ ଭୋଟ୍ ଦେବାକୁ ଏବଂ ଲୋକଙ୍କ ଅଧିକାର ଓ ସ୍ୱାର୍ଥ ରକ୍ଷା ବିଷୟରେ କହୁଛନ୍ତି । ରୋବୋ ହାତରେ ଏକ ଟ୍ରେ ଲାଗିଛି । ଏଥିରେ ଦଳୀୟ ପ୍ରାର୍ଥୀଙ୍କର ପାମ୍ପେ୍ଲଟ ଓ ନିର୍ବାଚନ ସାମଗ୍ରୀ ରହିଛି । ଭୋଟର ସେଗୁଡ଼ିକୁ ଉଠାଇ ପଢୁଛନ୍ତି । ଜନଗହଳି ପୂର୍ଣ୍ଣ ସ୍ଥାନଗୁଡିକରେ ବୁଲୁଥିବା ଏହି ରୋବଟ୍ ଲୋକଙ୍କୁ ଆକର୍ଷିତ କରୁଛି ।

Leave a Reply

Your email address will not be published. Required fields are marked *