Pratidin TV

Odisha's Digital News Platform

ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ ; ୨୦୨୦ ମାର୍ଚ୍ଚରୁ ସାମ୍ବାଦିକଙ୍କୁ ମିଳିନଥିଲା ପ୍ରବେଶ ।

1 min read

ରାଜ୍ୟରେ ବିଜେପି ସରକାର ଗଠନ ପରେ ହେଲା ତୁରନ୍ତ ପରିବର୍ତ୍ତନ । ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ । ୨୦୨୦ ମାର୍ଚ୍ଚରୁ ବନ୍ଦ ଥିଲା ସାମ୍ବାଦିକଙ୍କ ପ୍ରବେଶ । ଆସନ୍ତା ଜୁନ୍ ୧୩ ତାରିଖରୁ ସାମ୍ବାଦିକ ମାନେ ଲୋକସେବା ଭବନକୁ ପ୍ରବେଶ କରିପାରିବେ ।

କରୋନା କାଳରୁ ସାମ୍ବାଦିକଙ୍କ ଲୋକସେବା ଭବନରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ୨୦୨୦ ମାର୍ଚ୍ଚ ମାସରୁ ଏଭଳି ସ୍ଥିତି ଜାରି ରହିଥିଲା । ଯାହାକୁ ନେଇ ଅନେକ ସମୟରେ ବିଜେପି ପ୍ରତିବାଦ କରିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯାଉ ବୋଲି ଦାବି ରଖିଥିଲା ।

Advertisement

ତେବେ ୨୦୨୪ ଜୁନ୍ ୧୨ ତାରିଖରେ ରାଜ୍ୟରେ ବିଜେପି ସରକାର ଗଢିବ । ନୂଆ ସରକାର ଆସିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯିବ ।

Leave a Reply

Your email address will not be published. Required fields are marked *