Pratidin TV

Odisha's Digital News Platform

ପ୍ରଖର ସ୍ରୋତରେ ଭାସିଗଲା ପୁରା ପରିବାର , ଉଜୁଡିଗଲା ସୁନାର ସଂସାର …

1 min read

ହସଖୁସିରେ ଛୁଟି କାଟିବାକୁ ଯାଇଥିଲା ପୁରା ପରିବାର । କିନ୍ତୁ ମାତ୍ର କେଇ ମିନିଟ୍‌ରେ ଓଲଟିଗଲା ପୁରା ଦୁନିଆ । ମୃତ୍ୟୁର ବିଛଣାରେ ଶୋଇଗଲା ପୁରା ପରିବାର । ପ୍ରକୃତି ଯେତେବେଳେ ରୂପ ବଦଳାଏ, ସେତେବେଳେ ମଣିଷ ତାପାଖରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ । ଏ ହେଉଛି ସେମିତି ଏକ ଚିତ୍ର । ହସଖୁସିରେ ବୁଲିବା ଯାଇଥିଲେ ଗୋଟିଏ ପରିବାର । ହେଲେ ସେମାନଙ୍କୁ ଜଣାନଥିଲା, ଏହା ସେମାନଙ୍କ ଶେଷ ବୁଲା ପାଲଟିଯିବ । ଏପରି ଏକ ଛାତିଥରା ଘଟଣା ମହାରାଷ୍ଟ୍ରର ଲୋନାୱାଲାରେ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୩୬ ବର୍ଷୀୟା ମହିଳା, ଓ ୪ ପିଲା ଅଛନ୍ତି। ସେମାନେ ମହାରାଷ୍ଟ୍ରର ହଡପସର ଅଞ୍ଚଳର ଅନସାରୀ ପରିବାର ସଦସ୍ୟ ବୋଲି ଜଣାଯାଇଛି।

ଭୁସି ଡ୍ୟାମ ବ୍ୟାକ ୱାଟର ନିକଟରେ ଏହି ଅଘଟଣ ହୋଇଛି । ଲୋନାୱାଲାକୁ ଛୁଟି କାଟିବାକୁ ଆସିଥିବା ଏକ ପରିବାର ଏକ ଝରଣା ନିକଟରେ ବୁଲୁଥିଲେ। ଏହି ସମୟରେ ପ୍ରବଳ ବର୍ଷା ଫଳରେ ଝରଣାରେ ଫ୍ଲାସ ଫ୍ଲଡ୍ ଆସିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୫ ଜଣ ଭାସିଯାଇଥିଲେ । ପରିବାରର ମୁଖ୍ୟ ସମସ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ । ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଏପରି ଏକ ଛାତିଥରା ଘଟଣା ମହାରାଷ୍ଟ୍ରର ଲୋନାୱାଲାରେ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୩୬ ବର୍ଷୀୟା ମହିଳା, ଓ ୪ ପିଲା ଅଛନ୍ତି। ସେମାନେ ମହାରାଷ୍ଟ୍ରର ହଡପସର ଅଞ୍ଚଳର ଅନସାରୀ ପରିବାର ସଦସ୍ୟ ବୋଲି ଜଣାଯାଇଛି।

ଭୁସି ଡ୍ୟାମ ବ୍ୟାକ ୱାଟର ନିକଟରେ ଏହି ଅଘଟଣ ହୋଇଛି । ଲୋନାୱାଲାକୁ ଛୁଟି କାଟିବାକୁ ଆସିଥିବା ଏକ ପରିବାର ଏକ ଝରଣା ନିକଟରେ ବୁଲୁଥିଲେ। ଏହି ସମୟରେ ପ୍ରବଳ ବର୍ଷା ଫଳରେ ଝରଣାରେ ଫ୍ଲାସ ଫ୍ଲଡ୍ ଆସିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୫ ଜଣ ଭାସିଯାଇଥିଲେ । ପରିବାରର ମୁଖ୍ୟ ସମସ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ପାଇଁ ପୁଲିସ୍ ଓ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ଦୁଇ ମୃତଦେହ ମିଳିଥିବା ବେଳେ ଆଜି ଆଉ ୩ଟି ମୃତଦେହ ଉଦ୍ଧାର ହୋଇଛି।

Leave a Reply

Your email address will not be published. Required fields are marked *