Pratidin TV

Odisha's Digital News Platform

ଚାକିରି ପାଇଁ ଆଶାୟୀଙ୍କ ଲମ୍ବା ଧାଡି, ଦଳଚକଟା ଭଳି ସ୍ଥିତି,ଭାଙ୍ଗିଗଲା ଲୁହା ରେଲିଂ, ଭିଡିଓ ହେଲା ଭାଇରାଲ

1 min read

ଚାକିରୀ ପାଇଁ ଅଶାୟୀଙ୍କ ଦଳାଚକଟା | ୧୦ଟି ପଦବୀ ପାଇଁ ୧୮୦୦ ଆଶାୟୀ | ଭିଡ଼ ଯୋଗୁ କିଛି ଆଶାୟୀ ଏହି ନଇଁ ପଡ଼ିଥିବା ରେଲିଂ ଉପରେ ଚଢ଼ି ଯାଇଥିଲେ। ଏତେ ଭିଡ଼ ପାଇଁ ଭାଙ୍ଗିଲା ଲୁହା ରେଲିଂ | ତେବେ ଏପରି ଘଟଣାଟି ଗୁଜରାଟର ଭରୁଚ ଜିଲ୍ଲାର ଝଗଡ଼ିୟା ସ୍ଥିତ ଗୁଜରାଟ ଇଣ୍ଡଷ୍ଟ୍ରୀଆଲ ଡେଭଲପମେଣ୍ଟ କର୍ପୋରେସନ କଂପ୍ଲେକ୍ସରେ ଥିବା ଏକ ଇଞ୍ଜିନିୟରିଂ କମ୍ପାନୀରେ ଘଟିଛି | ଯାହାର ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି |

ସୂଚନା ଅନୁଯାୟୀ, ଗୁଜରାଟର ଏକ କେମିକାଲ କମ୍ପାନୀ ପକ୍ଷରୁ ଆୟୋଜିତ କିଛି ପଦବୀ ପାଇଁ ସାକ୍ଷାତକାରର ଆୟୋଜନା କରାଯାଇଥିଲା। ୧୦ଟି ପଦବୀରେ ନିଯୁକ୍ତି ଦେବାକୁ ବିଜ୍ଞାପନ ଦେଇଥିଲା। ଏଥିପାଇଁ ସୋମବାର ଅଙ୍କଲେଶ୍ୱରରେ ଏକ ହୋଟେଲରେ ଆଶାୟୀଙ୍କ ପାଇଁ ସାକ୍ଷାତକାରର ବ୍ୟବସ୍ଥା କରିଥିଲା। ହେଲେ କମ୍ପାନୀ ଜାଣି ନଥିଲା ଯେ ୧୦ଟି ପଦବୀ ପାଇଁ ୧୮୦୦ ଆଶାୟୀ ଆସିବେ ଓ ସେମାନଙ୍କୁ ଅକଳ ସ୍ଥିତିରେ ପକାଇବେ।

ସୋସିଆଲ ମିଡିଆରେ ଏପରି ଏକ ଭିଡିଓକୁ ନେଇ ଚର୍ଚ୍ଚା ଚାଲିଛି। ଯେଉଁଥିରେ ଶହ ଶହ ଲୋକ ହାତରେ ନିଜ ବାୟୋଡାଟାର କପି ଧରି ଧାଡ଼ିରେ ଛିଡ଼ା ହୋଇ ଗେଟ୍ ଭିତରକୁ ପଶିବାକୁ ଚେଷ୍ଟା କରୁଛନ୍ତି। ତେବେ ଆଶାୟୀଙ୍କ ସଂଖ୍ୟା ଏତେ ହୋଇଥିଲା ଯେ ରେଲିଂରୁ ଖସିବା ଆରମ୍ଭ କରିବାରୁ ପରିସ୍ଥିତି ଦଳାଚକଟା ଭଳି ସ୍ଥିତିରେ ପରିଣତ ହୋଇଥିଲା। କିଛି ଆଶାୟୀ ତଳକୁ ଡେଇଁ ପଡ଼ିଥିବା ବେଳେ ଆଉ କେତେଜଣ ଖସି ପଡ଼ିଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ଦଳ କହିଛି, ଏହା କ’ଣ ଗୁଜରାଟ ମଡେଲ? ଦେଶରେ ବଢୁଥିବା ବେକାରୀ ସଂଖ୍ୟା ଏଥିରୁ ପ୍ରମାଣିତ ହୋଇଛି।

ଅନ୍ୟପକ୍ଷରେ ଏହି ଘଟଣା ପାଇଁ ଭରୁଚ ବିଜେପି ସାଂସଦ ଉକ୍ତ କମ୍ପାନୀକୁ ଦାୟୀ କରିଛନ୍ତି। ଏମିତି ଖୋଲା ସାକ୍ଷାତକାର ନେବା ଅପେକ୍ଷା ଆଶାୟୀମାନଙ୍କ ଯୋଗ୍ୟତା ଓ ଅନ୍ୟାନ୍ୟ ଦିଗକୁ ନେଇ ସେମାନ ନିର୍ଦ୍ଦିଷ୍ଟ ଭାବେ ସୂଚନା ଦେଇଥିଲେ, ଏତେ ଭିଡ଼ ହୋଇନଥାନ୍ତେ ବୋଲି ସେ କହିଛନ୍ତି। ଭବିଷ୍ୟତରେ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ଘଟେ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *