Pratidin TV

Odisha's Digital News Platform

ପଞ୍ଚଲିଙ୍ଗେଶ୍ୱରରେ ମାତିଲେ ଲୁଟେରା , ରାତାରାତି ଲୁଟି ନେଲେ ଲକ୍ଷାଧିକ ଟଙ୍କା..

ବାଲେଶ୍ୱର : ନିଳିଗିରିରେ ଲୁଟେରାଙ୍କ ରାଜ୍ । ଶେଷରେ ଲୁଟିଲେ ଶୈବପୀଠକୁ । ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵରରେ ଘଟିଯାଇଛି ଏପରି ଏକ ଅଭାବନୀୟ ଘଟଣା । କତ୍ତୃପକ୍ଷର କଡା ତଦାରକ ସତ୍ତ୍ୱେ ଶୈବପଢଠରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା । ବାବାଙ୍କ ହୁଣ୍ଡିବାକ୍ସ ଏବଂ ପଞ୍ଚଲଡ଼ୁ ଭୋଗ ଦୋକାନର ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା।

ମନ୍ଦିରର ନିୟମ ଅନୁ୍‌ଯାୟୀ ପ୍ରତ୍ୟକଦିନ ଶ୍ରଦ୍ଧାଳୁମାନଙ୍କ ପାଇଁ ପଞ୍ଚଲିଙ୍ଗେଶ୍ଵର ମହାଦେବଙ୍କ ଫାଟକ ସକାଳ ୭ରେ ଖୋଲିବା ପରେ ସନ୍ଧ୍ୟା ୫ରେ ବନ୍ଦ ହୋଇଯାଏ। ଟ୍ରଷ୍ଟି ମ୍ୟାନେଜର ତାଲା ପକାଇ ଘରକୁ ଚାଲିଯାଆନ୍ତି।ଠିକ୍ ଏହାରି ସୁଯୋଗରେ ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ମହାଦେବଙ୍କ ମନ୍ଦିରକୁ ପ୍ରବେଶ କରିଥିଲେ। ଏହାପରେ ସେମାନେ ପୀଠରେ ଥିବା ହୁଣ୍ଡିଦାନ ବାକ୍ସ ଏବଂ ପଞ୍ଚଲଡୁ ଭୋଗ ଦୋକାନ ତାଲାଚାବି ଭାଙ୍ଗି ସେଥିରେ ଥିବା ପ୍ରାୟ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଆଜି ସକାଳେ ପଞ୍ଚଲିଙ୍ଗେଶ୍ଵର ଫାଟକ ଖୋଲିବା ପରେ ଟ୍ରଷ୍ଟି ମ୍ୟାନେଜର ଲୁଟ୍ ସମ୍ପର୍କରେ ଜାଣି ପାରିଥିଲେ। ଏନେଇ ସେ ନୀଳଗିରି ଥାନାକୁ ଖବର ଦେବାରୁ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ କଡ଼ା ଦଣ୍ଡ ଦେବା ସହିତ ମନ୍ଦିର ଚତୁଃପାର୍ଶ୍ୱରେ ସିସିଟିଭି ଲଗାଇବା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରଶାସନକୁ ନିବେଦନ କରାଯାଇଛି।

ଏହି ଘଟଣା ପରେ ହୁଣ୍ଡି ବାକ୍ସରେ ଦାନ ପକାଇବାକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ଯାହାଫଳରେ ଦୂରାଦୂରନ୍ତରୁ ଆସୁଥିବା ହଜାର ହଜାର ଭକ୍ତମାନଙ୍କ ମନରେ ଗଭୀର ଆଘାତ୍ ଲାଗିଛି । ଅନ୍ୟପଟେ ନିଳିଗିରି ପୋଲିସ ଘଟଣାର ତନାଘନା ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *