Pratidin TV

Odisha's Digital News Platform

ପ୍ରଧାନ ଶିକ୍ଷକଙ୍କ ଘରୁ ଲୁଟ୍ ; ହାତ ଗୋଡ ବାନ୍ଧି ଲୁଟିନେଲେ ୪ ଟି ଆଲମାରୀ …

1 min read

ପୁରୀ : ମାରଣାସ୍ତ୍ର ଦେଖାଇ ବିଳମ୍ବିତ ରାତ୍ରରେ ପ୍ରଧାନଶିକ୍ଷକଙ୍କ ଘରେ କଳା କନା ବୁଲାଇଲେ ଡକାୟତ । ପୁରୀ ଅସ୍ତରଙ୍ଗ ଆଳସାହି ଗାଁରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରୁ ଲୁଟ୍ । ବିଳମ୍ବିତ ରାତ୍ରରେ ଡକାୟତ ମାନେ ମରଣାସ୍ତ୍ର ସହ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ସହ ନଗଦ ଟଙ୍କା ନେଇଯାଇଛନ୍ତି ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳସାହି ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଷ୍ଣୁ ମଲ୍ଲିକ ଙ୍କ ଘରେ ବିଳମ୍ବିତ ରାତ୍ର ପ୍ରାୟ ୧ଘଟିକା ସମୟରେ ପହଂଚି ପାଞ୍ଚ ଜଣ ଡକାୟତ ହାତରେ ବନ୍ଧୁକ ସହ ମରଣାସ୍ତ୍ର ଦେଖାଇ ଘରର ଚାରୋଟି ଆଲମାରୀ ଭାଙ୍ଗିବା ସହ ୫ଲକ୍ଷ ଟଙ୍କାର ସୁନା ଗହଣା ସାଙ୍ଗକୁ ନଗଦ ୮୦ହଜାର ଟଙ୍କା ନେଇ ଫେରାର୍ ମାରିଥିଲେ । ଯିବା ସମୟରେ ଘରର ସମସ୍ତ ସଦସ୍ୟଙ୍କୁ ରଶିରେ ବାନ୍ଧି ପଳାଇଥିଲେ ।

Advertisement

ତେବେ ପରବର୍ତ୍ତୀ ସମୟରେ ପାଖ ପଡୋଶୀଙ୍କ ସହାୟତାରେ ଉଦ୍ଧାର ହେବାପରେ ବିଷ୍ଣୁଚରଣ ମଲ୍ଲିକ ଥାନାରେ ଏତଲା ଦେଇଥିଲେ ।ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *