Pratidin TV

Odisha's Digital News Platform

ସ୍କୁଲ ଯିବାବେଳେ ବାଟରେ ଅଟକାଇ ଶିକ୍ଷୟତ୍ରୀଙ୍କ ଠାରୁ ଲୁଟିଲେ ୩ ଦୁବୁର୍ତ୍ତ…

1 min read

ଦିନ ଦ୍ୱିପ୍ରହରରେ ଶିକ୍ଷୟିତ୍ରୀଙ୍କ ଠାରୁ ଲୁଟ୍ । ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କ ଲୁଟିନେଲେ ସୁନାଗହଣା, ଟଙ୍କା ସହ ୨ଟି ମୋବାଇଲ । କେନ୍ଦୁଝର ଜିଲ୍ଲା ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ହୋଇଛି ଏଭଳି ଲୁଟ୍ । ଲୁଟେରା ମାନେ ପଲସରରେ ଆସି ଲୁଟ କରିଥିବା ନେଇ ହୋଇଛି ଅଭିଯୋଗ । ସୂଚନା ମୁତାବିକ ପଢ଼ିିଆପଲ୍ଲୀ ହାଇସ୍କୁଲ ପଣିଆପଙ୍କର ଶିକ୍ଷୟତ୍ରୀ ନିବେଦିତା ପାତ୍ର ଆଜି ତାଙ୍କ ଗାଁ ମଟରା ଗଡ଼ିଆରୁ ସ୍କୁଟିରେ ସ୍କୁଲକୁ ଯାଉଥିବା ସମୟରେ ଲୁଟର ଶିକାର ହୋଇଥିଲେ । ୩ଜଣ ଯୁବକ କଳା ରଙ୍ଗର ପଲସରରେ ଆସି ଶିକ୍ଷୟତ୍ରୀଙ୍କୁ ବନ୍ଧୁକ ଦେଖାଇ ରାସ୍ତାରେ ଅଟକାଇଥିଲେ । ପରେ ସେ ପିନ୍ଧିଥିବା ସୁନା ଚେନ୍‌, ମୁଦି, ୨ଟି ମୋବାଇଲ, ନଗଦ ୨ ହଜାର ଟଙ୍କା ତାଙ୍କ ଠାରୁ ଲୁଟି ନେଇଥିଲେ । ଏମିତିକି ଶିକ୍ଷିୟିତ୍ରୀ ଚଲାଉଥିବା ସ୍କୁଟିର ଚାବି ମଧ୍ୟ ନେଇ ପଳାଇଥିଲେ ଲୁଟେରା । ସେହି ରାସ୍ତା ଦେଇ ଯାଉଥିବା କିଛି ବାଟୋଇଙ୍କୁ ଏନେଇ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସୋସା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *