Pratidin TV

Odisha's Digital News Platform

ରାଜଧାନୀରେ ଚାଞ୍ଚଲ୍ୟ ; ବାପ ପୁଅକୁ ବାନ୍ଧି ଘରୁ ଲୁଟିନେଲେ ଦୁର୍ବୁତ୍ତ

ଭୁବନେଶ୍ୱର : ପୁଣି ରାଜଧାନୀରେ ମାତିଲେ ଲୁଟେରା ଗ୍ୟାଙ୍ଗ୍ । ପୋଲିସର କଡା ଚେତାବନୀ ସହ ନାଇଟ୍ ପାଟ୍ରୋଲିଂ ଚାଲୁଥିବା ସମୟରେ ଘଟିଛି ଏଭଳି ଅଘଟଣ । ଘରେ ପଶି ବନ୍ଧୁକ ମୁନରେ ଲୁଟିଲେ ଲୁଟେରା । ଟଙ୍କା, ସୁନା ଗହଣା ଓ ଦାମୀ ଆସବାବପତ୍ର ଲୁଟିନେଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ନନ୍ଦନବିହାର ବସୁନ୍ଧରା କଲୋନୀରେ ଘଟିଛି । କଲୋନୀର ନିବାରଣ ପାଣିଙ୍କ ଘରେ ଘଟିଯାଇଛି ଏଭଳି ଅଘଟଣା ।

ରାତିରେ କିଛି ଦୁବୁର୍ତ୍ତ ତାଙ୍କ ଘରେ ପଶି ବନ୍ଧୁକ ଦେଖାଇ ତାଙ୍କୁ ଆଉ ତାଙ୍କ ପୁଅକୁ ବାନ୍ଧି ଦେଇଥିଲେ । ଏହାପରେ ଘରୁ ସବୁ ଟଙ୍କା ସୁନା ଗହଣା ଲୁଟି ଚାଲିଯାଇଥିଲେ । ପରେ ଇନ୍ଫୋସିଟି ଥାନାରେ ଅଭିଯୋଗ ପରେ ପୋଲିସ ସିସିଟିଭି ଆଧାରରେ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *