Pratidin TV

Odisha's Digital News Platform

ବୁଲିବାକୁ ଯାଇଥିଲେ , ଘରୁ କଳାକନା ବୁଲିଗଲା ।

ରାଜଧାନୀରେ ପୁଣି ମାତିଲେ ଲୁଟେରା । ତାଲା ପଡିଥିଲା ଘରେ କଳାକନା ବୁଲାଇଲେ ଲୁଟେରା । ଖବର ଅନୁଯାୟୀ
କପିଳପ୍ରସାଦ କେଳୁଚରଣ ଲେନ୍ ୫ ରେ ଥିବା ଘରୁ ଶୁକ୍ରବାର ଲୁଟ୍ ହୋଇଛି । ଘରେ କେହି ନଥିବା ବେଳେ ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ରୂପା ଗହଣା ଲୁଟିନେଲେ ଲୁଟେରା ।

ଘର ମାଲିକ ଧୃବ ପାତ୍ର ଗତ ଦୁଇଦିନ ତଳେ ବାଙ୍ଗାଲୋର ବୁଲିବାକୁ ଯାଇଛନ୍ତି । ଏପଟେ ତାଙ୍କ ଝରକା ତଡା ହୋଇଥିବା ଦେଖି ପଡୋଶୀମାନେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *