Pratidin TV

Odisha's Digital News Platform

ଫିଲ୍ମ ଷ୍ଟାଇଲରେ ଲୁଟ୍ :ମଝି ରାସ୍ତାରେ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ୫୦ ଲକ୍ଷଟଙ୍କା

1 min read

କଟକ : ଦିନ ଦ୍ୱିପହରେ ଫିଲ୍ମ ଷ୍ଟାଇଲ୍‌ରେ ଲୁଟିଲେ ଦୁବ୍ରୁ୍ରତ୍ତ । ରାସ୍ତା ମଝିରେ ବାଇକ୍ ଥୋଇ ଗାଡି ଅଟକାଇଲେ । ଏହାପରେ ଫିଲ୍ମ ଷ୍ଟାଇଲରେ ବ୍ୟବସାୟୀ ଜଣଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୫ଲକ୍ଷ ଟଙ୍କା ଲୁଟି ନେଇ ଚମ୍ଫଟ୍ ମାରିଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ରାଣୀପଡ଼ାଠାରେ।

ସୂଚନା ଅନୁଯାୟୀ ଗତକାଲି ଏକ ଘରୋଇ ମିକ୍ସର କମ୍ପାନୀର ପିକ୍‌ଅପ୍ ଭ୍ୟାନ କେନ୍ଦ୍ରାପଡାର ବିଭିନ୍ନ ଦୋକାନରେ ମିକ୍ସଚର ଦେଇ ଟଙ୍କା କଲେକ୍ସନ କରି ଫେରୁଥିଲା। ଏହି ସମୟରେ ରାଣୀପଡା ଠାରେ ଏକ ବାଇକରେ ୩ଜଣ ଯୁବକ ଆସି ଭ୍ୟାନ୍‌କୁ ଟପି ଆଗକୁ ଯାଇ କିଛି ଦୂରରେ ଭ୍ୟାନ ସମ୍ମୁଖରେ ଠିଆ ହୋଇଯାଇଥିଲା ।

Advertisement

ଭ୍ୟାନ ଡ୍ରାଇଭରଟି କିଛି ଉପାୟ ନପାଇ ଭ୍ୟାନଟିକୁ ରାସ୍ତା ମଝିରେ ଅଟକାଇଦେଇଥିଲା । ଏହାପରେ ସେହି ୩ ଜଣ ଯୁବକ ଭ୍ୟାନ ପାଖକୁ ଆସି ଡ୍ରାଇଭର ମୁଣ୍ଡରେ ହଠାତ୍ ବନ୍ଧୁକ ଲଗାଇ ଟଙ୍କା ମାଗିଥିଲେ । ଡ୍ରାଇଭର ଜଣଙ୍କ ଭୟଭୀତ ହୋଇ କଲେକ୍ସନ କରିଥିବା ୫ ଲକ୍ଷ ଟଙ୍କା ଦୁର୍ବୁତ୍ତମାନଙ୍କୁ ଦେଇଦେଇଥିଲା । ଏହାପରେ ଦୁର୍ବୁତ୍ତମାନେ ଟଙ୍କା ନେଇ ସେଠାରୁ ଚର୍ମ୍ଫଟ ମାରିଥିଲେ । ମିକ୍ସର କମ୍ପାନୀର ଡ୍ରାଇଭର ଏବଂ କର୍ମଚାରୀ ଏହି ବାବଦରେ ନିଶ୍ଚିନ୍ତକୋଇଲି ଥାନାରେ ଏତଲା କରିଛନ୍ତି । ପୋଲିସ ସବୁ କଥା ଶୁଣିବା ପରେ ତଦନ୍ତ ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *