Pratidin TV

Odisha's Digital News Platform

ପାର୍ବଣରେ ଘୋର ଅନର୍ଥ ; ତାଲା ଭାଙ୍ଗି ଲୁଟିଲେ ଶୈବ ପୀଠ, ସିସିଟିଭିରେ କଏଦ୍ ହେଲା ସମସ୍ତ ଦୃଶ୍ୟ…

1 min read

ବାଲୁଗାଁ ; ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଶୈବ ପୀଠ ଉମା ମହେଶ୍ୱର ମନ୍ଦିରରୁ ଗତ କାଲି ରାତିରେ ଚୋରି ହୋଇଛି। ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ସକାଳୁ ସକାଳୁ ଝାଡୁଦାର ମନ୍ଦିର ପ୍ରାଙ୍ଗଣ ସଫା କରିବାକୁ ଆସିଥିବା ବେଳେ ଦେଖିଲେ ଯେ ମନ୍ଦିରର ତାଲା ଭଙ୍ଗା ଯାଇ ତଳେ ପଡ଼ିଛି ।

ତେଣୁ ସେ ଚୋରି ହେଇଥିବାର ସନ୍ଦେହ କରି ପୂଜାରୀଙ୍କୁ ଖବର ଦେଇଥିଲେ। ଖବର ଶୁଣି ଟ୍ରଷ୍ଟି ବୋର୍ଡର ସଦସ୍ୟ ଆସି ପହଞ୍ଚିଥିଲେ। ଏବଂ ତାଲା ଭଙ୍ଗାହେବାର ଦେଖି ଏ ସମ୍ପର୍କରେ ବାଲୁଗାଁ ଥାନା ରେ ଲିଖିତ ଅଭିଯୋଗ କଲେ। ଏବଂ ଘଟଣା ସ୍ଥଳରେ ବାଲୁଗାଁ ଥାନା ଅଧିକାରୀ ଓ ତାଙ୍କର ଏକ ସ୍ବତନ୍ତ୍ର ଦଳ ଆସି ତଦନ୍ତ ଜାରି ରଖିଛନ୍ତି।ମନ୍ଦିର ଓ ମନ୍ଦିର ଭିତରେ ଥିବା ଏକ ଦୋକାନ ରୁ ଚୋରି କରିବା ପାଇଁ ତାଲା ଭଙ୍ଗା ଯାଇଛି ବୋଲି ଉକ୍ତ ଦୋକାନ ମାଲିକ ପ୍ରକାଶ କରିଛନ୍ତି। ଚୋରି କରିଥିବା ଯୁବକ ସିସି ଟିଭି ରେ କଏଦ ହୋଇଛି ତେଣୁ ଆସାମୀକୁ ଚିହ୍ନଟ କରି ଖୁବ୍ ଶୀଘ୍ର ଧରା ଯିବ ବୋଲି ଆଶା କରାଯାଉଛି।

Advertisement

Leave a Reply

Your email address will not be published. Required fields are marked *