ବିଧାନସଭାର ପୂର୍ବତନ କର୍ମଚାରୀଙ୍କ ଘରୁ ଲୁଟ୍।
1 min readବିଧାନସଭାର ପୂର୍ବତନ କର୍ମଚାରୀଙ୍କ ଘରୁ ଲୁଟ୍। ରାତିରେ ଘରେ ସୋଇଥିବା ବେଳେ ରୁମ୍ ଲକ କରି ନେଇଗଲେ ସୁନା ଅଳଙ୍କାର ଓ ଟଙ୍କା । ଝରକା ଭାଙ୍ଗି ଗ୍ରୀଲ୍ ତାଡ଼ି ଘର ଭିତରେ ପଶିଲେ, ଯାହା ପାଇଲେ ସବୁ ବୋହି ନେଇଗଲେ । ସୂଚନା ଅନୁଯାୟୀ ଇନଫୋସିଟି ଥାନା ପଥର ଗାଡିଆ ଶ୍ରୀଣେଶ ବିହାର ଅଞ୍ଚଳରେ ବିଧାନସଭାର ଅବସରପ୍ରାପ୍ତ କର୍ମଚାରୀ ବଂଶୀଧର ଗୌଡଙ୍କ ଘରେ କଳା କନା ବୁଲାଇଛନ୍ତି ଲୁଟେରା । ୨ ଟି ଆଲମାରୀ ଭାଙ୍ଗି ପାଖାପାଖି ୨୦ ଲକ୍ଷ ଟଙ୍କାର ସୁନା ଗହଣା ରୂପ ଓ ୧୦ହାଜର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଗତକାଲି ରାତିରେ ବଂଶୀଧର ଗୌଡ ଓ ପତ୍ନୀ ଗୋଟାଏ ରୁମ୍ ରେ ସୋଇଥିଲେ। ଅନ୍ୟ ରୁମ ର ଝରକା ତାଡି ଘରେ ପଶି ଭିତର ପଟୁ ଲୋକ କରିଥିଲେ ଲୁଟେରା । ଯାହା ପାଇଲେ ଶବୁ ନେଇଗଲେ । ଥାନାରେ ଅଭିଯୋଗ ପରେ ସାଇଣ୍ଟିଫିକ୍ ଟିମ, ଡଗ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଚନ୍ତି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେହି ଅଞ୍ଚଳରେ ୧୫ ଦିନ ତଳେ ସମାନ ତରିଜାରେ ଚୋରି ହୋଇଥିଲା। ସଫ୍ଟୱେର ଇଞ୍ଜିନିୟର ରମାକାନ୍ତ ବିଶ୍ଵାଳ ଙ୍କ ଘରୁ ଲୁଟ୍ ହେଇଚି । ଲୁଟେରା ଙ୍କ ତରିକା ସାମନା । ଝରକା ତାଡି ଗ୍ରିଲ୍ କାଟି ଲୁଟି ନେଇଛନ୍ତି ଲକ୍ଷାଧିକ ଟଂକାର ସମ୍ପତି ।
ଏବେ ପୁଣି ସେହି ଅଞ୍ଚଳରେ ଚୋରି ହେବା ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପୋଲିସ ପାଟ୍ରୋଲିଂ ଅଭାବ କାରଣରୁ ଏଭଳି ଲୁଟ ହେଉଥିବା କହିଛନ୍ତି ଲୁଟ ଶିକାର ବ୍ୟକ୍ତି।