Pratidin TV

Odisha's Digital News Platform

(ଭିଡିଓ) ଜିନ୍ସ ଜ୍ୟାକେଟ ପିନ୍ଧି ମୁହଁରେ ମାସ୍କ ଲଗାଇ ରାଜଧାନୀରେ ଦୁବୃର୍ତ୍ତ କରୁଛନ୍ତି ଲୁଟ୍‌..

ରାଜଧାନୀ ଭୁବନେଶ୍ୱରେ ବଢିଚାଲିଛି ଅପରାଧ। କେତେବେଳେ ଲୁଟ ତ କେତେବେଳେ ଘଟୁଛି ହତ୍ୟା। ଦିନ ଦ୍ୱିପ୍ରହରେ ବି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀ ଘଟାଉଛି ବଡ ବଡ ଅପରାଧ। ତେବେ ତାରି ଭିତରେ ଜିନ୍ସ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋରର ଏବେ ରାଜଧାନୀବାସୀଙ୍କୁ କରିଛି ନାକେଦମ । ମୁହଁରେ ମାସ୍କ ପିନ୍ଧି ସରକାରୀ କ୍ୱାର୍ଟସରେ ପଶି ବୁଲାଇଲେ କଳାକାନା । ମଞ୍ଚେଶ୍ୱର ରେଲୱେ କଲୋନୀ ବି ୧୫/୨ କ୍ୱାର୍ଟସରେ ଘଟିଛି ଏହି ଲୁଟ ଅଘଟଣ । ଘରେ ଚୋରୀ ହୋଇଥିବା ନେଇ ଜଣା ପଡିବା ପରେ ଘର ମାଲିକ ରଞ୍ଜନ କୁମାର ସିଂ ଥାନାରେ ଏତଲା ଦେଇଛନ୍ତି । ୨ ଜଣ ଚୋର ସମ୍ଭ୍ରାନ୍ତ ବେସରେ ଘରେ ପଶି ସୁନା ମୁଦି ସହ ଘରେ ଥିବା ୨୮ ହଜାର ଟଙ୍କା ଚୋରି କରି ନେଇଛନ୍ତି । ଲୁଟ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଂଚ ଆରମ୍ଭ କରିଛି । ତେବେ ସିସିଟିଭି ପାଇବା ପରେ ପୋଲିସ ତଦନ୍ତକୁ ବ୍ୟାପକ କରିଛି ।

Leave a Reply

Your email address will not be published. Required fields are marked *