ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର , ୫ ରୁ ଉର୍ଦ୍ଧ ସେବାୟତ ଆହାତ
1 min readଚଳିତ ରଥଯାତ୍ରା ଅଶୁଭ ବୋଲି ଆଗରୁ ମଧ୍ୟ କୁହାଯାଇଥିଲା | ଏହାସହ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଚାଲିଛି | ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଘଟିଯାଇଛି ଅଘଟଣ | ରଥରୁ ଓହ୍ଲାଇବା ବେଳେ ଖସିଗଲେ ବଡ ଠାକୁର | ୫ ସେବାୟତ ମଧ୍ୟ ଏଥିରେ ଆହତ ହୋଇଛନ୍ତି | ତେବେ ପହଣ୍ଡି ବିଜେ ନୀତି ସମୟରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଡ ଠାକୁର | ସେବାୟତଙ୍କ ଗୋଡ ଖସିଯିବାରୁ ବଡ ଠାକୁର ଖସିଯାଇଥିବା ଯାହା ଦୃଶ୍ୟରୁ ଜଣାପଡିଛି |
ତେବେ ଏହି ଆଘାତରେ ୫ ଜଣ ସେବାୟତଙ୍କୁ ଆହତ ହୋଇଥିଲେ | ଆହତ ସେବାୟତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି | ତେବେ ଗତକାଲି ସନ୍ଧ୍ୟା ବେଳେ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ଘଣ୍ଟୁଆଙ୍କ ଘଣ୍ଟ ମାଡ଼ର ତାଳେ ତାଳେ ସେବାୟତମାନେ ଗୋଟି ପହଣ୍ଡିରେ ବଡ଼ ଠାକୁରଙ୍କୁ ନେଇଯାଉଥିଲେ। ହେଲେ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଡ଼ ଠାକୁର। ବହୁ କଷ୍ଟରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ। ହେଲେ ନିଜକୁ ଆଉ ସମ୍ଭାଳି ପାରିନଥିଲେ। ସେମାନେ ରଥ ତଳକୁ ଖସି ପଡ଼ିଥିଲେ | ଯାହାଫଳରେ ୫ ସେବାୟତ ଆହତ ହୋଇଥିଲେ |
ଆଜି ଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ହେବ ଆଡ଼ପ ଦର୍ଶନ ଆଉ ବାହାରିବ ଆଡ଼ପ ଅଭଡ଼ା |ଆଜିତରହୁ ଭକ୍ତ ପାଇବେ ଆଡ଼ପ ଅଭଡ଼ା | ଶରଧା ବାଲିରେ ରଥରୁଢ଼ା ଠାକୁରଙ୍କୁ ଦେଖି ଖୁସିରେ ଗଦଗଦ ହୋଇପଡିଛନ୍ତି ଶ୍ରଦ୍ଧାଳୁ | ତେବେ ଏହାମଧ୍ୟରେ ଏପରି ଖବର ଭକ୍ତର ଭାବାବେଗକୁ କୋଠାରଘାତ କରିଛି |