Pratidin TV

Odisha's Digital News Platform

ଆଉ ଅଳ୍ପ ଦିନର ଅପେକ୍ଷା, ଧରାପୃଷ୍ଠକୁ ଆସୁଛନ୍ତି ମାଆ..

ଅସ୍ତରଙ୍ଗ: ଧରା ପୃଷ୍ଟକୁ ଆସୁଛନ୍ତି ଜଗତଜନନୀ ମା ଦୁର୍ଗା । ମା ‘ଙ୍କ ଆବାହନ ପାଇଁ ପବିତ୍ର ସହର୍ଷ କୁମ୍ଭାଭିଷେକ ପୂଜା ଠାରୁ ଆରମ୍ଭ ହୋଇଛି ମାଟି ଅନୁକୂଳ ହୋଇ ସାରିଛି । ସେଥିପାଇଁ ପୁରୀ ଅସ୍ତରଙ୍ଗ ଦେବୀ ନଦୀ ଶାଖା ଭଉଁରିଆ ନଦୀରେ ଥିବା ତୁଠ ଚଳଚଞ୍ଚଳ ହୋଇ ଉଠିଛି । ଅସ୍ତରଙ୍ଗ ଦୁର୍ଗା ପୂଜା କମିଟି ପକ୍ଷରୁ ବାଜା, ମୃଦଙ୍ଗ, ରୋଷଣୀ କରି ମା ଙ୍କ ପ୍ରତି ମୂର୍ତ୍ତି ତିଆରି ପାଇଁ ନଦୀକୂଳରେ ମାଟି ଅନୁକୂଳ କରାଯାଇଛି । ହୋମ, ମନ୍ତ୍ରପାଠରେ ମା’ଙ୍କ ଆବାହନ କରାଯାଇଛି । ଷୋଡଶଉପଚାର ପୂଜା ଠାରୁ ହିଁ ମା’ଙ୍କୁ ଆବାହନ କରିଥାନ୍ତି ଶ୍ରଦ୍ଧାଳୁ । ଅନ୍ୟାୟ, ଅନୀତି, ଦୁରାଚାରି ଙ୍କ ଠାରୁ ଧରାପୃଷ୍ଟକୁ ରକ୍ଷା କରିବା ପାଇଁ ମହାମାୟା ଙ୍କ ଆବ୍ରୀଭାବ ହୋଇଥିଲା । ତେଣୁ ଦଶଭୁଜା ମା ଙ୍କୁ ଆବାହନ କରିବା ପାଇଁ ମଧ୍ୟ ବେଶ ନିଷ୍ଠା ସହ ବ୍ରତପାଳନ କରିଥାନ୍ତି ମଣ୍ଡପକର୍ମକର୍ତ୍ତା । ଷଷ୍ଠୀ ଠାରୁ ସୁଦ୍ଧ ନିରାମିଷ ଭୋଜନ କରିବା ସହ ସାତ୍ୱିକ ଆହାର ଗ୍ରହଣ କରିଥାନ୍ତି କର୍ତ୍ତା । କାରଣ ମାଙ୍କ ପୂଜା ବିଧିବିଧାନ ଅନୁସାରେ କରିବାକୁ ପଡିଥାଏ । ମାଟି ଅନୁକୂଳ ସରିବା ପରେ ମା ଙ୍କ ପ୍ରତିମା କାର୍ଯ୍ୟ ଆରମ୍ଭ କରାଯାଇ ମହାଳୟା ଠାରୁ ମା ଙ୍କ ମୁନ୍ମୟୀ ମୂର୍ତ୍ତିରେ ଚିତା ଲାଗିବା ସହ ରଙ୍ଗ ଲାଗି ହୋଇଥାଏ । ତେବେ ଆଶ୍ୱିନ ମାସ ଶୁକ୍ଲପକ୍ଷ ଷଷ୍ଠୀରେ ବେଲ ବରଣ ପର ଠାରୁ ମୁନ୍ମୟୀ ମା ମଣ୍ଡପରେ ପୂଜା ପାଇଥାନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ଦୁର୍ଗା ପୂଜା ୫୫ବର୍ଷରେ ପଦାର୍ପଣ କରିଥିବା ବେଳେ ମା ‘ଙ୍କ ପୂଜା ହେଉଥିବା ବେଳେ ବାଜା,ବାଣ ରୋଷଣୀ ମେଳା ମହୋତ୍ସବ ଆନନ୍ଦିତ ପରିବେଶ ସୃଷ୍ଟି ହୋଇଥାଏ ।

Leave a Reply

Your email address will not be published. Required fields are marked *