Pratidin TV

Odisha's Digital News Platform

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ଆଜି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

1 min read

ଭୁବନେଶ୍ୱର : ଜୟ ଜଗନ୍ନାଥ, ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ପୁରୀରେ ଲାଗିବ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ । ଜୟ ଜଗନ୍ନାଥ ଧ୍ୱନିର କମ୍ପିବ ବଡଦାଣ୍ଡ । ଆଜି କିଏ ଭୋ ଭୋ କରି ସେଇ ଚତୁର୍ଦ୍ଧାମୁରତୀକୁ ଦେଖି କାନ୍ଧିବ ତ ପୁଣି କାହାର ବର୍ଷ ବର୍ଷ ମନଷ୍କାମନା ଆଜି ମହାପ୍ରଭୁଙ୍କ ଦର୍ଶନରେ ପୂର୍ଣ୍ଣ ଦେବ । ଆଜି ତିନି ରଥକୁ ଟାଣି ଟାଣି ରଥଖଳାରୁ ସିଂହଦ୍ୱାର ପର୍ଯ୍ୟନ୍ତ ନିଆଯିବ। ଆଜି ସକାଳ ଧୂପ ପରେ ତିନି ବାଡରୁ ଆଜ୍ଞା ମାଳ ଆସିବ। ତିନି ରଥକୁ ଆଜ୍ଞାମାଳ ଯିବା ପରେ ରଥ ଟଣା ଯିବ ସିଂହଦ୍ୱାରକୁ।

ଦୀର୍ଘ ୧୪ ଦିନର ଅଣସର ସୁପ୍ତନୀତି ଗତକାଲି ଶେଷହେବା ପରେ ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିୟୁ । ସକାଳ ୮ଟାରୁ ୧ ଘଣ୍ଟା ଧରି ପରିମାଣିକ ଟିକେଟ୍ ଦର୍ଶନ ହେବ। ଏଥର ପାରମାଣିକ ଦର୍ଶନ ପାଇଁ ଟିକେଟର ଦାମ୍ ୧୦୦ ଟଙ୍କା ରଖାଯାଇଛି । ୯ଟାରୁ ଦୁଇ ଘଣ୍ଟା ଧରି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ। ତେବେ ଦିନ ୧୧ଟା ପରେ ଆଉ ଶ୍ରୀଜିଉଙ୍କ ଦର୍ଶନ ମିଳିବ ନାହିଁ। ଭକ୍ତ କେବଳ ବେଢା ପରିକ୍ରମା କରିବା ସହ ଶ୍ରୀମନ୍ଦିର ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ।

Advertisement

ସେହିଭଳି ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ପରିମାଣିକ ଟିକେଟ୍ ଦର୍ଶନ ପାଇଁ ଭକ୍ତ ଯିବେ। ସାହାଣମେଲା ଦର୍ଶନରେ ଭକ୍ତମାନେ ସିଂହ ଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ମାନ୍ୟତା ଅନୁସାରେ ସ୍ନାନପୂର୍ଣ୍ଣିମା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ରହିଥାନ୍ତି ।ଏହି ସମୟ ମଧ୍ୟରେ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୁଅନ୍ତି । ତେବେ ସୁସ୍ଥ ହେବା ପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହାକୁ ନବଯୌବନ ଦର୍ଶନ ବୋଲି କୁହାଯାଏ । ଶ୍ରୀଜିଉଙ୍କୁ ଏହି ସମୟରେ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ପ୍ରତିବର୍ଷ ନବଯୌବନ ବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳେ ।

Leave a Reply

Your email address will not be published. Required fields are marked *