Pratidin TV

Odisha's Digital News Platform

ଟମାଟୋରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ ।

1 min read

କଟକ : କୁହନ୍ତି ବିଶ୍ୱାସରେ ଭଗବାନ । ବିଲାତିରେ ପ୍ରଭୁ ଜଗନ୍ନାଥ । ଟମାଟୋରେ ପ୍ରଭୁ ଜଗନ୍ନାଥଙ୍କ ଗୋଲ ଗୋଲ ଚକାଆଖି । ସତେ ଯେମିତି ଜଗତର ନାଥ ଜଗନ୍ନାଥ ବିଲାତିରେ ଦର୍ଶନ ଦେଉଛନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଗୋପାଳପୁରର ପୁଥୁଲ୍ ଭଟ୍ଟାଚାର୍ଯ୍ୟଙ୍କ ଘରେ ।

ଗତକାଲି ପୁଥୁଲ୍ ଚିଲି ପନିର କରିବା ପାଇଁ ଫ୍ରିଜ୍ ରୁ ଟମାଟୋ ବାହାର୍ କରିଥିଲେ । ଏହି ସମୟରେ ସେ ବିଲାତିରେ ଦେଖିଥିଲେ ପ୍ରଭୁ ଜଗନ୍ନାଥ ଦର୍ଶନ ଦେଉଛନ୍ତି । ଏହା ପରେ ସାରା ପରିବାର ଲୋକ ମିଶି ଠାକୁର ଘରେ ବିଲାତିକୁ ରଖି ପୂଜାର୍ଚ୍ଚନା କରିଥିଲେ । ବିଲାତିରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପରେ ଭାବବିହ୍ୱଳ ସାରା ପରିବାର । ଘରେ ଆଧ୍ୟାତ୍ମିକ ପରିବେଶ ସହ ପୂଜାର ମାହୋଲ ଖେଳିଯାଇଛି ।

Advertisement

Leave a Reply

Your email address will not be published. Required fields are marked *