ଏଇଠି ଲୁହା ଶିକୁଳିରେ ଟଣା ହୁଅନ୍ତି କାଳିଆ ସାଆନ୍ତେ
1 min readକେନ୍ଦ୍ରାପଡ଼ା ; କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ କାକଟପୁର ଠାରେ କାଳିଆ ସାଆନ୍ତେ ଙ୍କ ପ୍ରସିଦ୍ଧ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ଅପରାହ୍ନ ରେ ପହଣ୍ଡି ବିଜେପରେ ରାଥାରୁଢ କରାଯାଇଥିଲା । ମହାପ୍ରଭୁ ଜଗନ୍ନାଥ ଦର୍ଶନ ଦେଇଥିଲେ ଭକ୍ତ ମାନଙ୍କୁ ବର୍ଷକ ୧୨ ମାସ ଶିକୁଳିରେ ବନ୍ଧା ହୋଇ ରତ୍ନ ବେଦୀରେ ପୂଜା ପାଉଥିବା ଠାକୁର ମୁକ୍ତ ହୋଇ ମହାପ୍ରଭୁ , ଶିକୁଳି ଖୋଲା ଯାଇ ରଥାରୂଢ଼ ହୋଇ ଶ୍ରଦ୍ଧାଳୁ ମାନଙ୍କୁ ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଦିନ ଦର୍ଶନ ଦେଇଥାନ୍ତି ।
ଏପରି ନିଆରା ପରମ୍ପରା କେଉଁଠି ଦେଖିବାକୁ ମିଳେନାହିଁ , ଲୋକ କଥାନୁସାରେ ଚମ୍ପା ଗଡ଼ ରୁ କାକଟପୁର ପୁର କୁ ରଥରୁଢ ହୋଇ ଭକ୍ତଙ୍କ ପ୍ରିୟ ଠାକୁର ଜଗତର ନାଥ ଜଗନ୍ନାଥ, କାଳିଆ ସାଆନ୍ତେ ଆଜକୁ ବହୁ ବର୍ଷ ପୂର୍ବେ ଚାଲିଆସିଥିଲେ । ସେବେ ଠାରୁ କାଳିଆ ସାଆନ୍ତେଙ୍କୁ ଲୁହା ଶିକୁଳିରେ ବାନ୍ଧି ମନ୍ଦିର ରେ ପୂଜା ପାଇ ଆସୁଛନ୍ତି, ସେବେ ଠାରୁ କାଳେ ପୂର୍ବ ସ୍ଥାନକୁ ଜଗନ୍ନାଥ ଚାଲିଯିବେ ସେହି ଭୟରେ ଭକ୍ତି ଭାବରେ ଲୁହା ଶିକୁଳିରେ ବନ୍ଧା ଯାଇ ପୂଜାର୍ଚ୍ଚନା କାହିଁ କେଉଁ କାଳରୁ ଆସୁଛି ।
ଭାରତ ବର୍ଷ ରେ ସବୁ ସ୍ଥାନ ରେ ନନ୍ଦିଘୋଷ ରଥ ଦଉଡି ରେ ଟଣା ଯାଉଥିବା ବେଳେ କାକଟପୁର ପୁରରେ ଲୁହା ଶିକୁଳି ଦଉଡ଼ି , ରେ ଆଜି ବି ରଥ ଟଣା ଯିବାର ପରମ୍ପରା ରହିଆସିଛି ଏହି ଦିନ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।