Pratidin TV

Odisha's Digital News Platform

ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବଞ୍ଚାଇଲେ ମହାପ୍ରଭୁ ଜଗନ୍ନାଥ

1 min read

ଟ୍ରମ୍ପଙ୍କୁ ବଞ୍ଚାଇ ଋଣ ସୁଝିଦେଲେ ଜଗତର ନାଥ ଜଗନ୍ନାଥ | ଲୀଳା କେଲ ଲୀଳାମୟ ଜୀବନ ନେଇ ପାରିଲାନି ରାଇଫଲ | ୪୮ ବର୍ଷ ପୂର୍ବେ ରଥଯାତ୍ରା ପାଇଁ ସାହାଯ୍ୟ କରିଥିଲେ ଟ୍ରମ୍ପ | ଏବେ ଜାଗା ସହିପାରିଲାନି ଭକ୍ତର ଦୁଃଖ |

ଟ୍ରମ୍ପଙ୍କୁ ସାହା ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ | ଓଡ଼ିଶାରେ ଜାଗା ଓ ଆମେରିକାରେ ଭକ୍ତ | କୁହାଯାଏ ଭକ୍ତିରେ ହିଁ ଥାଏ ଶକ୍ତି | ସେଥିପାଇଁ ଦୈବିକ ଶକ୍ତି ନିଶ୍ଚିତ ମୃତ୍ୟୁରୁ ଟ୍ରମ୍ପଙ୍କୁ ବଞ୍ଚାଇ ଦେଲା | ତେବେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ପାଇଁ ବ୍ୟବହାର ହୋଇଥିଲା AR ୧୫ ରାଇଫଲ ଯାହା ଏକ ସେମି ଅଟୋମେଟିକ ରାଇଫଲ | ଯାହାର ଆଟାକରେ ଜୀବନ ଯିବା ନିଶ୍ଚିନ୍ତ | ଏହି ସେମି ଅଟୋମେଟିକ ରାଇଫଲ ଟ୍ରମ୍ପଙ୍କ ଜୀବନ ନେଇପାରିଲା ନାହିଁ | ଗୁଳିଟି ତାଙ୍କ କଣ ଦେଇ ଘଷି ହୋଇ ଚାଲି ଯାଇଥିଲା | ଏହାପଛରେ ଦୈବିକ ଶକ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଅଛି ବୋଲି ସାମାଜିକ ଗଣମାଧ୍ୟମରେ ଏବେ ବହୁ ଚର୍ଚ୍ଚା ହେଉଛି | ଆମେରିକରରେ ଜଣେ ବ୍ୟକ୍ତି ମ୍ୟାଟ ୱାଲେସ ତାଙ୍କ X ରେ ପୋଷ୍ଟ କରି ମଧ୍ୟ ଏହାକୁ ଉଲ୍ଲେଖ କରିଛନ୍ତି | ଏହାପରେ କଲିକତାର ଇସ୍କନ ଉପସଭାପତି ପ୍ରବକ୍ତା ରାଧାରମଣ ଦାସ କହିଛନ୍ତି, ଏହା ନିଶ୍ଚିନ୍ତ ଭାବେ ଦୈବିକ ଶକ୍ତିର ହସ୍ତକ୍ଷପ | ଠିକ ୪୮ ବର୍ଷ ପୂର୍ବରେ ଡୋନାଲ୍ଡ ଟ୍ରମ୍ପ ରଥଯାତ୍ରା ପର୍ବକୁ ରକ୍ଷା କରିଥିଲେ | ତେବେ ଆଜି ବିଶ୍ୱ ରଥଯାତ୍ରା ପାଳନ କରୁଥିବା ବେଳେ ଟ୍ରମ୍ପଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା ହେଲେ ଜଗନ୍ନାଥ ତାଙ୍କୁ ବଞ୍ଚାଇ ତାଙ୍କ ଅନୁଗ୍ରହ ଫେରାଇ ଦେଇଛନ୍ତି |

ରାଧାରମଣ ଲେଖିଛନ୍ତି, ଜୁଲାଇ ୧୯୭୬ ମସିହାରେ ଇସ୍କନ ଭକ୍ତମାନଙ୍କ ପ୍ରଥମ କରି ନ୍ୟୂୟୁର୍କ ସହରରେ ଶ୍ରୀଜଗନାଥଙ୍କ ରଥଯାତ୍ରା ପର୍ବର ଆୟୋଜନ କରାଯାଇଥିଲା | ହେଲେ କାଠର ବିରାଟ ରଥ ନିର୍ମାଣ ପାଇଁ ଜାଗା ମିଳିନଥିଲା | ଯେଉଁଠି ଯାଉଥିଲେ ସେଠାରେ ଜାଗା ମାଲିକ ରଥ ନିର୍ମାଣ ପାଇଁ ମନା କରିଦେଉଥିଲେ | ସହସ୍ର ଭକ୍ତ ନିରାଶ ହେବା ସହ ନ୍ୟୂୟୁର୍କରେ ରଥଯାତ୍ରା ନ ହୋଇପାରିବାର ଆଶଙ୍କା ଘାରିଥିଲା | ଏହି ସମୟରେ କିଛି ଫାର ମାଲିକ କହିଥିଲେ, ସେମାନେ ପେନସିଲଭାନିଆ ରେଳ ପ୍ରାଙ୍ଗଣରେ ସମ୍ପତ୍ତି ବିକ୍ରି କରାଯାଉଛି ଯାହାକୁ କିଣୁଛନ୍ତି ଟ୍ରମ୍ପ | ଯାହାପରେ ଇସ୍କନ ଭକ୍ତଙ୍କ ମନରେ ଆଶା ସୃଷ୍ଟି ହୋଇଥିଲା | ଏଥିପାଇଁ ସେମାନେ ମହାପ୍ରଭୁଙ୍କ ମହାପ୍ରସାଦ ସହ କଣ ହେବ ସେନେଇ ଉପସ୍ଥାପନ ପତ୍ର ନେଇ ଟ୍ରମ୍ପଙ୍କ ଭେଟିବାକୁ ଯାଇଥିଲେ | ସେଠାରେ ଟ୍ରମ୍ପଙ୍କ ସଚିବ ଦେଖା କରିବା ମନା କରିବାରୁ ଭକ୍ତମାନେ ଟ୍ରମ୍ପଙ୍କ କାର୍ଯ୍ୟାଳୟରେ ପ୍ରସାଦ ରଖି ଚାଲିଯାଇଥିଲେ | କିନ୍ତୁ ୩ ଦିନ ପରେ ଟ୍ରମ୍ପଙ୍କ ସଚିବ ଫୋନ କରି ଟ୍ରମ୍ପ ଭକ୍ତଙ୍କ ଚିଠିରେ ରାଜି ହୋଇ ମାଗଣାରେ ରେଳ ପ୍ରାଙ୍ଗଣ ସ୍ଥାନ ରଥ ନିର୍ମାଣ ପାଇଁ ଦେବାକୁ ସେହି ପତ୍ରରେ ଦସ୍ତଖତ କରିଥିଲେ | ଏହାପରେ ରଥ ନିର୍ମାଣ ସେଠାରେ ଆରମ୍ଭ ହୋଇଥିଲା |

Leave a Reply

Your email address will not be published. Required fields are marked *