Pratidin TV

Odisha's Digital News Platform

ପ୍ରଭୁଙ୍କୁ ଲାଗିଲା ଗରମ ଏବେ ସୁନା ପାତ୍ରରେ ଲଗାଯାଉଛି ଏହି ଭୋଗ

1 min read

ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥାଏ | ବାଳକ ପ୍ରଭୁ ଶ୍ରୀ ରାମଙ୍କ ଯତ୍ନ ନେବା ପାଇଁ ଭିନ୍ନ ଭିନ୍ନ ଦିଗରେ ଦିଆଯାଉଛି ଧ୍ୟାନ | ଆସିଯାଇଛି ଖରାଦିନ | ଏବଂ ଖରା ଦିନେ ବଦଳିଛି ପ୍ରଭୁ ଶ୍ରୀ ରାମଙ୍କ ଭୋଗ | ପାଣିପାଗର ପରିବର୍ତ୍ତନ ସହିତ ପ୍ରଭୁଙ୍କ ନୈବେଦ୍ୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି | ଉତ୍ତାପକୁ ଦୃଷ୍ଟିରେ ରଖି ରାମଲାଲଙ୍କୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିଆଯାଉଥିବା ଖାଦ୍ୟରେ କିଛି ପରିବର୍ତ୍ତନ କରାଯାଇଛି |

ଖରାକୁ ଦୃଷ୍ଟିରେ ରଖି ରାମଲାଲଂକ ନୈବେଦ୍ୟରେ ଦହି ଅନ୍ତର୍ଭୁକ୍ତ କରାଯାଇଛି | ବର୍ତ୍ତମାନ ଖରାଦିନେ ରାମଲାଲାଙ୍କୁ ନିୟମିତ ପଞ୍ଚାମୃତ (ମହୁ, ଦହି, ଘିଅ, ଓ ଜଳ) ସହ ଦହି ଅର୍ପଣ କରାଯିବ। ରାମଲାଲାଙ୍କୁ ସୁନାର ପାତ୍ରରେ ଏହି ଭୋଗ ଅର୍ପଣ କରାଯାଉଛି।

Advertisement

ପ୍ରଭୁଙ୍କ ବେଶ ପୂର୍ବରୁ ପ୍ରଭୁଙ୍କ ଫଳ ମଧ୍ୟରେ କମଳା, ସେଓ ଆଦି ଅର୍ପଣ କରାଯାଉଛି। ଏହାସହ ପ୍ରଭୁଙ୍କ ପ୍ରିୟ କ୍ଷୀରି,ରାବିଡି, ବିଭିନ୍ନ ମିଠା ଅର୍ପଣ କରାଯିବ । ଏହାସହ ଦଲିଆ, ହାଲୱା ଭୋଗ ଅର୍ପଣ କରାଯାଉଛି।

ମଧ୍ୟାହ୍ନ ୧୨ଟା ପୂର୍ବରୁ ପଞ୍ଚାମୃତ ଅର୍ପଣ କରିବା ପରେ ରାମଲାଲାଙ୍କୁ ଡାଲି, ରୁଟି, ଭାତ, ଦହି, ୨ ପ୍ରକାର ତରକାରୀ ଅର୍ପଣ କରାଯିବ | ଏହାସହ ରାତିରେ ଶୟନ ଆଳତୀ ପୂର୍ବରୁ ପଞ୍ଚାମୃତ ଅର୍ପଣ ପରେ ପୁରୀ, ତରକାରୀ ଆଦି ଭୋଗ ଅର୍ପଣ କରାଯାଉଛି।

Leave a Reply

Your email address will not be published. Required fields are marked *