ଅଯୋଧ୍ୟା ପରି ଏହି ଦେଶର ପୂଜା ପାଇବେ ରାମଲଲା ..
1 min readଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏହା ରାମମନ୍ଦିରରେ ବିରାଜ ମାନ କରିଥିଲେ ରାମଲଲା । ଯାହାପରେ ରାମ ମନ୍ଦିରକୁ ଛୁଟିଥିଲା ଭକ୍ତଙ୍କ ସୁଅ । କେବଳ ଭାରତ ନୁହେଁ ଭାରତ ବାହାରୁ ମଧ୍ୟ ଭକ୍ତ ମାନେ ଅଯୋଧ୍ୟା ଆସି ରାମଲଲାଙ୍କର ଦର୍ଶନ କରିଥିଲେ । ତେବେ ଏବେ କେବଳ ଅଯୋଧ୍ୟା ନୁହେଁ ବିଦେଶରେ ମଧ୍ୟ ବିରାଜମାନ କରିବେ ରାମଲଲା । ରାମଲାଲାଙ୍କ ଅବିକଳ ପ୍ରତିମୂର୍ତ୍ତି ନେଦରଲାଣ୍ଡ୍ସ୍ଥିତ ଏକ ହନୁମାନ ମନ୍ଦିରରେ ପ୍ରତିଷ୍ଠା କରାଯିବ ବୋଲିି ଜଣାପଡିଛି ।
ବାରାଣସୀର କହ୍ନେୟାଲାଲ ଶର୍ମା ନାମକ ମୂର୍ତ୍ତିକାର ଇତିିମଧ୍ୟରେ ରାମଲାଲାଙ୍କ ଅବିକଳ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ପ୍ରତିମାକୁ ପ୍ରଥମେ ଅଯୋଧ୍ୟା ନିଆଯିବ, ସେଠାରେ ପୂଜାର୍ଚ୍ଚନା ପରେ ଏହାକୁ ନେଦରଲାଣ୍ଡ୍ସ ନିଆଯିବ ବୋଲି ସୂଚନା ମିଳିଛି ।ସନାତନ ଧର୍ମର ପ୍ରଚାର ପାଇଁ ଉତ୍ସର୍ଗୀକୃତ ଏଟରବ୍ଲିସ୍ ଫାଉଣ୍ଡେସନ୍ ଏହି ଅବିକଳ ପ୍ରତିମୂର୍ତ୍ତି ନିର୍ମାଣ କରାଉଛି । ଏହା ବ୍ୟତୀତ ଫାଉଣ୍ଡେସନ ବିଭିନ୍ନ ୟୁରୋପୀୟ ଦେଶରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ।