Pratidin TV

Odisha's Digital News Platform

ଆଜିବି ବଞ୍ଚିଛନ୍ତି ପ୍ରଭୁ ଶ୍ରୀରାମଙ୍କ ବଂଶଜ, ରହିଛନ୍ତି ଏହିସବୁ ସ୍ଥାନରେ…

1 min read

ପୈାରାଣିକ କଥା ଅନୁସାରେ ଆମେ ଶୁଣଛନ୍ତି ଯେ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ମାତା ସୀତାଙ୍କୁ ବିବାହ କରିଥିଲେ । ଆଉ ତାଙ୍କର ଦୁଇ ଯମଜ ସନ୍ତାନ ଜନ୍ମ ନେଇଥିଲେ । ଯେତେବେଳେ ରାମ ଚଉଦବର୍ଷ ବନବାସ ଯିବାକୁ ସ୍ଥିର କରି ଭରତଙ୍କୁ ରାଜ୍ୟଭିଷେକ କରିବାକୁ କହିଥିଲେ, ସେତେବେଳେ ଭରତ ଏହି କଥା ରାଜିରେ ହୋଇନଥିଲେ । ତେଣୁ ଦକ୍ଷିଣ କୋଶଳ ପ୍ରଦେଶ (ବର୍ତ୍ତମାନର ଛତିଶଗଡ)ରେ କୁଶ ଏବଂ ଉତ୍ତର କୋଶଳ ପ୍ରଦେଶରେ (ବର୍ତ୍ତମାନର ପଞ୍ଜାବ) ଲବଙ୍କର ରାଜ୍ୟଭିଷେକ କରାଯାଇଥିଲା । ପ୍ରଭୁ ଶ୍ରୀରାମ ପୁତ୍ର କୁଶଙ୍କୁ ଦକ୍ଷିଣ କୋଶଳ ଏବଂ ଅଯୋଧ୍ୟା ଦେଇଥିଲେ । ଏବଂ ଲବଙ୍କୁ ଉତ୍ତର କୋଶଳ ବା ପଞ୍ଜାବ ଦେଇଥିଲେ । ଲବ ପଞ୍ଜାବର ଲାହୋର କୁ ନିଜ ରାଜଧାନୀ କରିଥିଲେ । ଆଜିର ତକ୍ଷଶୀଳାରେ ଭରତଙ୍କ ପୁତ୍ର ତକ୍ଷ ଏବଂ ପୁଷ୍କରାବତୀରେ ପୁତ୍ର ପୁଷ୍କର ସିଂହାସନରେ ବସିଥିଲେ । ସେହିପରି ହିମାଚଳରେ ଲକ୍ଷଣଙ୍କ ପୁତ୍ର ଅଙ୍ଗଦ ଏବଂ ଦ୍ୱତୀୟ ପୁତ୍ର ସୃତଘାତୀଙ୍କର ଶାସନ ଥିଲା । ରାଜା ଲବଙ୍କ ପାଖରୁ ରାଘବ ରାଜପୁତ ମାନଙ୍କତ ଜନ୍ମ ହୋଇଥିଲା । ଯେଉଁଥିରେ ବଡ ଗୁଜର, ଜୟାସ ଏବଂ ସିକରୱାରଙ୍କ ବଂଶ ଚାଲିଲା । ଏହାର ଦ୍ୱିତୀୟ ଶାଖାତ ସିସୋଦିଆ ରାଜପୁତ ବଂଶରେ ଜନ୍ମିତ ବୈାଛଲା ଏବଂ ଗୈହଲୋତ ବଂଶଜ ରାଜା ହୋଇଥିଲେ । କୁଶଠାରୁ କୁଶବାହ ରାଜପୁତ ବଂଶର ବିସ୍ତାର ହୋଇଥିଲା ।
କୁହାଯାଇଛି ଯେ କୁଶଙ୍କର ବଂଶ ଆଗକୁ ବଢିଥିଲା । ତାଙ୍କ ବଂଶରେ ଅତିଥି, ନିଷଧନ, ନଭ, ପଣ୍ଡୁରୀକ, ଦେବନୀକ, ଅହନୀକ, ରୁରୁ,ପାରିୟାତ୍ରା,ଦଲ,ଛଲ,ଉକ୍ତ,ବଜ୍ରନାଥ,ଗଣ,ବ୍ୟୁଷିତାକ୍ଷ,ବିଶ୍ୱସହ ଇତ୍ୟାଦି ଅନେକ ବଂଶଧର ରହିଥିଲେ ।

କୁହାଯାଏ ଯେ ଯେଉଁମାନେ ନିଜକୁ ବୋଲି କୁହାନ୍ତି । ସେମାନେ ମଧ୍‌ୟ ଶ୍ରୀରାମଙ୍କ ବଂଶଜ । ବର୍ତ୍ତମାନ ଯେଉଁ ସିସୋଦିଆ,କୁଶବା. ମୈାର୍ଯ୍ୟ,ଶାକ୍ୟ,ବୈଛଲା ଏବଂ ଗୈାହଲେତ ଆଦି ରାଜପୁତ ବଂଶ ଅଛନ୍ତି, ସେମାନେ ସମସ୍ତେ ପ୍ରଭୁ ଶ୍ରୀରାମଙ୍କ ବଂଶଜ । ଏହାବ୍ୟତୀତ ଜୟପୁରରେ ରାଜ ପରିବାରର ମହାରାଣୀ ପଦ୍ମିନୀ ଏବଂ ତାଙ୍କ ପରିବାର ମଧ୍ୟ ଶ୍ରୀରାମଙ୍କ ବଂଶଜ ବୋଲି କୁହାଯାଇଛି । କିଛିଦିନ ପୂର୍ବେ ମହାରଣୀ ପଦ୍ମୀନି ଏକ ଇଂରାଜୀ ଗଣମାଧ୍ୟମରେ କହିଥିଲେ ଯେ ତାଙ୍କ ସ୍ୱାମୀ ଭବାନୀ ସିଂହ କୁଶଙ୍କର ୩୦୭ ତମ ବଂଶଜ ବୋଲି । ଶାକ୍ୟବଶୀ ଜଣଙ୍କ ନାମ କୁଶ ଏବଂ ଅନ୍ୟ ଜଣଙ୍କ ନାମ ଲବ । କାହାଆଉ ଜୟପୁରର ରାଜ ପରିବାର ଭଗବାନ ଶ୍ରୀ ରାମଙ୍କଠାରୁ ଆସିଛନ୍ତି । ଏକ ଇଂରାଜୀ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ରାଜମାତା ପଦ୍ମିନୀ ଦେବୀ ନିଜେ ଏହା ଦାବି କରିଛନ୍ତି । ସେ କହିଥିଲେ ଯେ ତାଙ୍କ ସ୍ୱାମୀ ଭବାନୀ ସିଂ ହେଉଛନ୍ତି ପ୍ରଭୁ ରାମଙ୍କ ପୁତ୍ର କୁଶଙ୍କ ୩୦୯ ତମ ବଂଶଧର । ଏବେ ମହାରାଜା ଭବାନୀ ସିଂ ଏବଂ ରାଣୀ ପଦ୍ମିନୀ ଦେବୀଙ୍କର କେବଳ ଗୋଟିଏ ଝିିଅ ଦିୟା ସିଂ ଅଛନ୍ତି । ତେବେ ଏହିପରି ଭାବରେ ଅନେକ ରାଜବଂଶୀ ଅଛନ୍ତି ଯେଉଁମାନେ କି ପ୍ରଭୁ ଶ୍ରୀରାମଙ୍କ ବଂଶଜ ବୋଲି କୁହାଯାଉଛି ।

Advertisement

Leave a Reply

Your email address will not be published. Required fields are marked *