Pratidin TV

Odisha's Digital News Platform

ଉଲଟା ପୋଲରେ ଫସିଗଲା ଟ୍ରେନ୍ ବଗି, ୨ ଦିନ ତଳେ ଫସିଥିଲା ପ୍ଲେନ

ବର୍ଷ ଶେଷରେ ଘଟୁଛି ଅଜବ ଅଜବ ଘଟଣା । ଠିକ ୨ ଦିନ ତଳେ ଫ୍ଲାଏ ଓଭର ତଳେ ପ୍ଲେନ ଫସିଯାଇଥିବା ଖବର ସମସ୍ତେ ଶୁଣିଥିବେ। ଆଜି ପୁଣି ସେଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ବି ଆଶ୍ଚଯ୍ୟ ହୋଇଯିବେ । ପ୍ରଥମେ ଫସିଥିଲା ପ୍ଲେନ ଆଉ ଆଜି ଫସିଗଲା ଟ୍ରେନ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବିହାର ଭାଗଲପୁରରେ। ଆଜି ସକାଳୁ ଏକ ଲରିରେ ଟ୍ରେନର ବଗିକୁ ନିଆଯାଉଥିଲା। ବଗିଟି ସମ୍ପୂର୍ଣ୍ଣ ଅଚଳ ହୋଇଯିବା ପରେ ଏହାକୁ କବାଡ଼ି ଆକାରରେ ବିକ୍ରି ହେବାକୁ ଯାଉଥିଲା । ଠିକ ଏତିକି ବେଳେ ମଝି ରାସ୍ତାରେ ଫସିଗଲା ଟ୍ରେନର ବଗି । ହେଲେ ଭାଗଲପୁର ସହରର ଉଲଟା ପୋଲ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ବ୍ରେକ୍ ଫେଲ୍ ଯୋଗୁ ଟ୍ରକ ଟି ଉଲଟା ପୋଲରେ ପିଟି ହୋଇଥିଲା । ଫଳରେ ଟ୍ରେନର ବଗି ଏଣେ ତେଣେ ଛିଟିକି ପଡିଥିଲା । କିନ୍ତୁ ଏହି ଦୁର୍ଘଟଣା କାହାର କିଛି କ୍ଷତି ହୋଇନଥିବା ଜଣ ପଡିଛି । ବେଶ କିଛି ସମୟ ଯାଏଁ ଏହା ଯୋଗୁଁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ଟ୍ରେନ୍ ବଗିକୁ ସେଠୁ ବାହାର କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।

Leave a Reply

Your email address will not be published. Required fields are marked *