ମହାରାଷ୍ଟ୍ରରେ ହଜିଥିବା କୁକୁର ମାଲିକକୁ ଖୋଜି ଖୋଜି ପଳାଇ ଆସିଲା କର୍ଣ୍ଣାଟକ
1 min readମାଲିକ ପ୍ରତି କୁକୁର ପ୍ରେମ | ହଜିଲା ପରେ ମଧ୍ୟ ମାଲିକକୁ ଭୁଲି ନଥିଲା | ୨୫0 କିମି ଅତିକ୍ରମ କରି ମାଲିକ ପାଖକୁ ଫେରିଲା କୁକୁର | ଜୁନ ମାସରେ ନିଖୋଜ ହୋଇଥିଲା, ଜୁଲାଇ ମାସରେ ଘରକୁ ଫେରିଲା କୁକୁର | ଦକ୍ଷିଣ ମହାରାଷ୍ଟ୍ରର ତୀର୍ଥନଗର ପଣ୍ଡରପୁର୍ରେ ହଜି ଯାଇଥିଲା ପୋଷା କୁକୁର ମହାରାଜା | କିନ୍ତୁ ଏବେ ସେ ନିଜେ ୨୫0 କିମି ଅତିକ୍ରମ କରି ନିଜ ଗାଁକୁ ଫେରିଛି |
ସୂଚନା ଅନୁଯାୟୀ, ଗତ ଜୁନ୍ ମାସରେ ମହାରାଜ ତା’ ମାଲିକ କମଲେଶ କୁମ୍ଭାରଙ୍କ ସହ ପଣ୍ଡରପୁର୍ରେ ବାର୍ଷିକ ‘ବାରି ପଦଯାତ୍ରା’କୁ ଯାଇଥିଲେ। ବେଶ୍ କିଛି ବାଟ ଯାଏଁ ମହାରାଜା ନିଜ ମାଲିକ ସହ ଥିଲା। ତାଙ୍କ ସହ ଅନ୍ୟ ବନ୍ଧୁମାନେ ମଧ୍ୟ ଏହି ଗୋଷ୍ଠୀରେ ସାମିଲ ଥିଲେ, ଯେଉଁମାନେ ଭଜନ ଏବଂ କୀର୍ତ୍ତନ ଗାଇବାକୁ ଯାଉଥିଲେ। ଭିଠୋବା ମନ୍ଦିର ପରିଦର୍ଶନ କରିବା ପରେ ମହାରାଜା ଆଉ ତାଙ୍କ ପାଖରେ ନଥିବା କମଲେଶ ଦେଖିବାକୁ ପାଇଥିଲେ। ପରେ ସେ ମହାରାଜଙ୍କୁ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ତା’ର କୌଣସି ସନ୍ଧାନ ମିଳିନଥିଲା। ସେ ନିଖୋଜ ହୋଇଯାଇଥିଲା।
କୁକୁରଟି ଆପେ ଆପେ ଘରକୁ ଫେରିବା ପରେ କର୍ଣ୍ଣାଟକର ବେଲଗାବି ଜିଲ୍ଲା ୟାମାଗରନି ଗାଁରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ମହାରାଜାକୁ ବେଶ୍ ଧୁମ୍ଧାମ୍ରେ ବେକରେ ଫୁଲମାଳ ପକାଇ ସ୍ୱାଗତ କରାଯାଇଥିଲା। କେବଳ ସେତିକି ନୁହେଁ ସେ ଘରକୁ ଫେରିବା ଖୁସିରେ ଲୋକମାନଙ୍କ ପାଇଁ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା।