Pratidin TV

Odisha's Digital News Platform

ପୂଜା ଖେଡକରଙ୍କୁ ଲାଗିଲା ବଡ଼ ଝଟକା,ହରାଇଲେ IAS ପଦ ଭବିଷ୍ୟତରେ ଦେଇ ପାରିବେ ନାହିଁ UPSC ପରୀକ୍ଷା ..

1 min read

ବିବାଦରେ ଛନ୍ଦି ହୋଇଥିବା ଟ୍ରେନି IAS’ପୂଜା ଖେଡକରଙ୍କୁ ଲାଗିଲା ବଡ଼ ଝଟକା । ୟୁପିଏସି  IAS’ପୂଜା ଖେଡକରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ସେ  ସେ ଆଉIAS ନୁହେଁନ୍ତି, ସେ ଆଇଏସଏସ୍ ପଦ ହରାଇ ସାରିଛନ୍ତି । କେବେଳ ଏତିକି ନୁହେଁ   ଆୟୋଗ ଦ୍ୱାରା CSE-2022 ପାଇଁ ତାଙ୍କର ପ୍ରାର୍ଥୀପତ୍ର ବାତିଲ କରାଯାଇଛି। ସେ ଭବିଷ୍ୟତରେ ଆଉ ୟୁପିଏସସି ପରୀକ୍ଷା ଦେଇ ପାରିବେ ନାହିଁ । ତେବେ ନକଲି ପରିଚୟପତ୍ର ସହ ଏକାଧିକ ଥର ସେ ପରୀକ୍ଷା ଦେଇଥିଲେ । ଯାହା ପରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ସୂଚନାଯୋଗ୍ୟ ଯେ ପୂଜା ଖେଡକରଙ୍କ ଉପରେ ଠକେଇ ଅଭିଯୋଗ ଲଗାଯାଇଛି । ବୁଧବାର (31 ଜୁଲାଇ) ଦିନ ପୂଜା ଖେଡକରଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଉପରେ ଶୁଣାଣି ଦିଲ୍ଲୀ କୋର୍ଟରେ ଅନୁଷ୍ଠିତ ହୋଇଥିଲା। କୋର୍ଟଙ୍କ ଶୁଣାଣି ପରେ ଏହା ଏହାର ନିଷ୍ପତ୍ତି ସଂରକ୍ଷିତ ରଖାଯାଇଛି ।

ଅଗଷ୍ଟ ୧ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରିବେ । ନିକଟରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ ପୂଜା ଖେଡକରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ୟୁପିଏସ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୂଜା ଖେଡକରଙ୍କ ନାମ, ଫଟୋଗ୍ରାଫ, ଇମେଲ ଏବଂ ଠିକଣା ଭଳି ଡକ୍ୟୁମେଣ୍ଟରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। କ୍ରାଇମ ବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ ପରେ ପୂଜା ଖେଡକର ଗିରଫଦାରୀକୁ ଏଡାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।  ଏହାପୂର୍ବରୁ ୟୁପିଏସ୍ ପୂଜା ଖେଡକରଙ୍କ ବିରୋଧରେ ନୋଟିସ ଜାରି କରିଥିଲା। ଆୟୋଗ ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ ଖେଡକର ତାଙ୍କ ନାମ, ପିତା ଏବଂ ମାତାଙ୍କ ନାମ, ଫଟୋଗ୍ରାଫ  ଦସ୍ତଖତ, ଇମେଲ ID, ମୋବାଇଲ ନମ୍ବର ବଦଳାଇ ଏକ ନକଲି ପରିଚୟ ଦେଇଥିଲେ । ସେ ନିଜ ନାଁ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *