Pratidin TV

Odisha's Digital News Platform

ଲଭ୍ –ଲିଭଇନ୍ –ମର୍ଡର ; ପ୍ରେମିକ ଛାତିରେ ଛୁରୀ ପେଲି ହତ୍ୟା କଲା ପ୍ରେମିକା …

1 min read

ବେଙ୍ଗାଲୁରୁ : ଲଭ୍ –ଲିଭ୍‌ଇନ୍ –ଡେଡ୍ ! ଯୁବପିଢୀଙ୍କୁ ଏବେ ଲଭ୍ ଆଉ ଲିଭ୍‌ଇନ୍ ବର୍ବାଦ କରୁଛି ବୋଲି କହିଲେ କିଛି ଭୁଲ ହେବ ନାହିଁ । ନିକଟରେ ଲଭ୍ ଲିଭଇନ୍ ର ଏଭଳି ଭୟଙ୍କର ଘଟଣା ସମ୍ନାକୁ ଆସିଛି ଯାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ମନରୁ ଲିଭିପାରିନାହିଁ । ଦିଲ୍ଲୀର ଶ୍ରଦ୍ଧା ୱାର୍କରର ନିର୍ମମ ହତ୍ୟା ପରେ ପରେ ଏଭଳି ଅନେକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା । ଯେଉଁଥିରେ ଲିଭ୍ ଇନ୍ ପାର୍ଟନର ନିଜ ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଥିଲା । କିନ୍ତୁ ବେଙ୍ଗାଲୁରରେ ଦେଖିବାକୁ ମିଳିଛି ଏହାର ବିପରୀତ ଘଟଣା । ଲିଭ୍‌ଇନ୍‌ରେ ରହୁଥିବା ପ୍ରେମିକ ଛାତିରେ ଛୁରି ଭୁସି ହତ୍ୟା କରିଛି ପ୍ରେମିକା । ଅଭିଯୁକ୍ତ ପ୍ରେମିକାର ନା ରେଣୁକା ବୋଲି ଜଣାପଡ଼ିଥିବା ବେଳେ ମୃତକଙ୍କ ନାମ ଜାଭେଦ ବୋଲି ଜଣାପଡ଼ିିଛି। ମଙ୍ଗଳବାର ଦିନ ବେଙ୍ଗାଲୁରୁର ହୁଲିମାବୁରେ ରେଣୁକା ନିଜ ଲିଭ୍-ଇନ୍ ପାର୍ଟନରଙ୍କୁ ଛୁରୀ ଭୁଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଯୁବକ ଜଣକ କେରଳର ବାସିନ୍ଦା ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ବେଲଗବି ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ସେ ପୀଡିତ ଜାଭେଦଙ୍କ ସହ ଗତ ସାଢ଼େ ତିନି ବର୍ଷ ଧରି ଲିଭ-ଇନରେ ରହୁଥିଲେ। ଏହି ସମୟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସେମାନଙ୍କର ବାରମ୍ବାର ଯୁକ୍ତିତର୍କ ହେଉଥିଲା, ଯାହା ଶେଷରେ ହତ୍ୟାର ରୂପ ନେଲା। ମଙ୍ଗଳବାର ଦିନ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଶେଷରେ ରେଣୁକା ରାଗିଯାଇ ଜାଭେଦଙ୍କ ଛାତିରେ ଛୁରୀ ଭୁଶି ତାଙ୍କୁ ହତ୍ୟା କରିଥିଲେ।

Advertisement

ଜାଭେଦଙ୍କ ଚିତ୍କାର ଶୁଣି ପଡୋଶୀମାନେ ଘର ଭିତରକୁ ଆସିବାରୁ ରକ୍ତାକ୍ତ ଅବସ୍ଥାରେ ଜାଭେଦ ତଳେ ପଡ଼ିଥିବା ସହ ରେଣୁକା ପଛରେ ବସିଥିବା ଦେଖିଥିଲେ। ଏହା ପରେ ଜାଭେଦଙ୍କୁ ତାଙ୍କ ପଡୋଶୀ ଡାକ୍ତରଖାନା ନେଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏବେ ପୁଲିସରେ ଏହି ଅପରାଧର ଅଭିଯୋଗ କରାଯିବାରୁ ରେଣୁକାଙ୍କୁ ହୁଲିମାବୁ ପୁଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *