Pratidin TV

Odisha's Digital News Platform

ମାଁ ସମଲେଶ୍ଵରୀଙ୍କ ଦାନହୁଣ୍ଡି ରୁ ୫ ଲକ୍ଷ ୬୮ ହଜାର ସହ ବାହାରିଲା ବର୍ଷାଙ୍କ ପ୍ରେମ ଚିଠି ….

1 min read

ସମ୍ବଲପୁର ; ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ଙ୍କ ପବିତ୍ର ମନ୍ଦିରରେ ଥିବା ମାଁଙ୍କ ଦାନ ହୁଣ୍ଡିକୁ ଖୋଲା ଯାଇଛି । ଏହି ସମୟରେ ଟ୍ରଷ୍ଟ ବୋର୍ଡର ସଭାପତି ଓ ସମସ୍ତ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ତେବେ ଖୋଲା ଯାଇଥିବା ଦାନ ହୁଣ୍ଡିରେ ୫ ଲକ୍ଷ ୬୮ ହଜାର ୧୧୫ ଟଙ୍କା ବାହାରିଥିବା ନେଇ ସୂଚନା ମିଲିଛି ।

ଏହି ଦାନ ହୁଣ୍ଡିରୁ ମିଳିଥିବା ଦାନ ଟଙ୍କା ଗଣତି ଦୀର୍ଘ ୮ ଘଣ୍ଟା ଧରି ଚାଲିଥିଲା । ତେବେ ଆଗାମୀ ୨୭ ତାରିଖରେ ମାଁ ସମଲେଶ୍ଵରୀ ମନ୍ଦିର ର ସମଲେଇ ଯୋଜନା ପ୍ରକଳ୍ପ ଲୋକାର୍ପଣ ହେବାକୁ ଥିବାରୁ ଏହା ପୂର୍ବରୁ ଏହି ଦାନହୁଣ୍ଡି ଖୋଲା ଯାଇଥିବା ନେଇ ସୂଚନା ମିଳିଛି । ମାଁ ସମଲେଶ୍ବରୀଙ୍କ ହୁଣ୍ଡିର ଟଙ୍କା ଗଣତି ସମୟରେ ହୁଣ୍ଡୀରୁ ବାହାରିଲା ପ୍ରେମ ସଫଳ ପାଇଁ ମାଁଙ୍କୁ ଲେଖି ଯାଇଥିବା ଏକ ପ୍ରେମିକର ପତ୍ର ।

Advertisement

ସେହି ପତ୍ରରେ ନିଜର ପ୍ରେମ କେମିତି ସଫଳ ହେବ ସେନେଇ ଯୁବତୀ ଜଣକ ମାଙ୍କୁ ଏହି ପତ୍ର ଲେଖିଛନ୍ତି । ଯୁବତୀଙ୍କ ନାଁ ବର୍ଷା ହୋଇଥିବା ବେଳେ ସେ ତାଙ୍କ ପ୍ରେମିକ କାହ୍ନା ପାଇଁ ଏହି ପତ୍ର ଲେଖିଥିବା ପତ୍ରରୁ ଜଣାପଡୁଛି । ସେ ମାଙ୍କୁ ବିନତି ସହ ଲେଖିଛନ୍ତି ଯେ କାହ୍ନା ସହ ତାଙ୍କର ବାହାଘର ହେଇଯାଉ ଓ ଉଭୟେ ଏକା ସାଙ୍ଗରେ ବିବାହ ପରେ ମାଙ୍କ ଦର୍ଶନ ପାଇଁ ଆସିବେ । ଏହାସହ ସେ କାହ୍ନାକୁ କେତେ ଭଲ ପାଆନ୍ତି ତାହା ବି ପତ୍ର ରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *