Pratidin TV

Odisha's Digital News Platform

ଧୋକ୍କା ଦେଲେ ‘ବିଗ୍‌ବସ ମୁଁ ଜିତିଥାନ୍ତି ଟ୍ରଫି’ 

1 min read

ସରିଛି ବିଗବସ OTT ୩ ର ଗ୍ରାଣ୍ଡ ଫାଇନାଲ | ଆଉ ସନା ମକବୂଲ OTT ୩ ବିଜେତା ମୁକୁଟ ଜିତି ସାରିଛନ୍ତି | OTT ୩ ର ଗ୍ରାଣ୍ଡ ଫାଇନାଲ ୨ ଦିନ ପୂର୍ବରୁ ପ୍ରତିଯୋଗୀ ଲଭକେଶ କଟାରିୟା ଏବଂ ଅରମାନ ମଲିକଙ୍କୁ ଅପ୍ରତ୍ୟାଶିତ ଭାବେ ରିଆଲିଟି ଶୋରୁ ବାହାର କରିଦିଆଯାଇଥିଲା | ଦର୍ଶକଙ୍କ ଠାରୁ କମ ଭୋଟ ହେତୁ ଅରମାନ ବାହାରିଥିଲା ବେଳେ ଲଭକେଶକୁ ତାଙ୍କ ପ୍ରତିଯୋଗୀମାନେ ଭୋଟ ଦେଇଥିଲେ | ଯାହା ବିବାଦର ବିଷୟ ପାଲଟିଯାଇଥିଲା | ତେବେ ଏହି ନିଷ୍ପତି ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଯାଇଛି | ତେବେ ବିଗବସରୁ ବହିଷ୍କାର ହେବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଲଭକେଶ କଟାରିୟା |

ଲଭକେଶ କଟାରିୟା କହିଛନ୍ତି, ବିଗବସ ଶୋର ନିର୍ମାତା ମାନେ ଏକ ପାଖିଆ ନିଷ୍ପତି ନେଇଛନ୍ତି | ବିଗବସ ଜାଣିଥିଲା ଲଭକେଶଙ୍କୁ ଦର୍ଶକଙ୍କ ଭୋଟ ମାଧ୍ୟମରେ ହଟାଯାଇପାରିବ ନାହିଁ | ଏଥିପାଇଁ ତାଙ୍କୁ ଚକ୍ରାନ୍ତ କରି ବିଗବସରୁ ହଟାଇଦିଆଯାଇଥିଲା ନ ହେଲେ ସେ ବିଗବସର ବିଜେତା ହେବା ନେଇ ଯୁକ୍ତି ରଖିଥିଲେ | କିନ୍ତୁ ବିଗବସ ଚକ୍ରାନ୍ତ କରି ମତେ ବହିଷ୍କାର କରିଛି |

Advertisement

Leave a Reply

Your email address will not be published. Required fields are marked *