Pratidin TV

Odisha's Digital News Platform

ବିବାହ ପାଇଁ ଆସିଲେନି ବିଧାୟକ: ଥାନାରେ ଏତଲା ଦେଲେ ପ୍ରେମିକା

1 min read

ଭୁବନେଶ୍ୱର: ବିବାହ ପାଇଁ ପ୍ରତିଶ୍ରୁତି ଦେଇ ନ ଆସିବାରୁ ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପ୍ରେମିକା ସୋମାଲିକା ଦାଶ।  ଜଗତସିଂହପୁର ଥାନାରେ ସୋମାଲିକା ବିଜେଡି ବିଧାୟକଙ୍କ ନାଁରେ ଆଜି ଏତଲା ଦେଇଛନ୍ତି।

ଏତଲାରେ ସୋମାଲିକା ବିଧାୟକଙ୍କ ନାଁରେ ଠକେଇ ଓ ପ୍ରତାରଣା କରିଥିବା ଦର୍ଶାଇଛନ୍ତି। ଏହାସହ ବିଧାୟକଙ୍କ ସଂପର୍କୀୟ ତାଙ୍କୁ ଧମକଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତି।

Advertisement

ଗତକାଲି ଜଗତସିଂହପୁର ସବ୍‌-ରେଜିଷ୍ଟ୍ରୀ କାର୍ୟ୍ୟାଳୟକୁ ବିଜେଡି ବିଧାୟକ କୋର୍ଟ ମ୍ୟାରେଜ କରିବାକୁ ଆସିନଥିଲେ। ବିଜୟ ଶଙ୍କର ନ ଆସିବାରୁ ପ୍ରାୟ ୩ ଘଣ୍ଟା ଅପେକ୍ଷା କରି ସୋମାଲିକା ଓ ତାଙ୍କ ପରିବାର ସଦସ୍ୟ ଘରକୁ ଫେରିଥିଲେ। ବିଜୟ ଶଙ୍କର ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଆସିନଥିବାରୁ ସୋମାଲିକା ଜଗତସିଂହପୁର ଥାନାରେ ତାଙ୍କ ନାଁରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବିଜୟ ଶଙ୍କର ମୋତେ ଗତକାଲି ନ ଆସିବାକୁ ପୂର୍ବରୁ କିଛି କହିନଥିଲେ।

Leave a Reply

Your email address will not be published. Required fields are marked *