ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ !
1 min readଭୁବନେଶ୍ୱର : ମୌସୁମୀ ପରେ ପରେ ରାଜ୍ୟକୁ ଭିଜାଇବ ଲଘୁଚାପ । ଅସହ୍ୟ ତାତି ପରେ ରାଜ୍ୟବାସୀ କରିବେ ହାଲକା ଶୀତର ଅନୁଭୂତି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇଛି।
ତେବେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ୭.୬ କିଲୋମିଟର ଉଚ୍ଚତା ଯାଏ ବାୟୁମଣ୍ଡଳରେ ସକ୍ରିୟ ଥିବା ଯୋଗୁ ଘୂର୍ଣ୍ଣି ବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ରାଜ୍ୟରେ ୨ ଦିନ ହେବ ପ୍ରବେଶ କରିଛି ମୌସୁମୀ ବାୟୁ । ଯାହା ଯୋଗୁଁ ରାଜ୍ୟବ।ସୀ ମାନେ ଟିକେ ଆଶ୍ୱସ୍ତି ମାରିଛନ୍ତି ।