Pratidin TV

Odisha's Digital News Platform

ରାଜ୍ୟରେ ଅସ୍ତିର ହେଲା ମୌସୁମୀ: ଆହୁରି ସପ୍ତାହେ ବର୍ଷିବ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ଆସନ୍ତା ୧୭ ତାରିଖ ଯାଏ କେତେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି କହିଛି ଆଚଂଳିକ ପାଣିପାଗ । ବିଶେଷକରି ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ଦକ୍ଷିଣ ଅଭାନ୍ତରୀଣ ଓଡିଶା ଓ ସଂଲଗ୍ନ ଅଚଂଳରେ ରହିଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତର ଓ ଉପକୂଳ ଓଡିଶାର କିଛି କିଛି ଜିଲ୍ଲାରେ ଆଜି ବର୍ଷା ହେବ ।

ଲଘୁଚାପବଳୟ ସହ ଜଡିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬କିମି ଉଚ୍ଚତାରେ ରହିଥିବା ବେଳେ ଏହା ଦକ୍ଷିଣ ପଶ୍ଚିମ ଆଡକୁ ଢଳିରହିଛି । ଅନ୍ୟପଟେ ମୌସୁମୀ ଟ୍ରଫ୍‌ଲାଇନ୍ ଏବେ ଦକ୍ଷିଣ ଉପକୂଳ ଓଡିଶା ଉପରିସ୍ଥ ଲଘୁଚାପ ବଳୟର କେନ୍ଦ୍ର ଦେଇ ଗତି କରୁଥିବାର ରାଜୟର ବିଭିନ୍ନ ସ୍ଥାନରେ ଅଜି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ । ଆଉମଧ୍ୟ ରାଜ୍ୟରେ ଆସନ୍ତା ୧୫ ତାରିଖ ପର୍ଯ୍ୟାନ୍ତ କଳାହାଣ୍ଡି,କନ୍ଦମାଳ,ନୂଆପଡା,ବଲାଙ୍ଗୀର,ବରଗଡ,
ସୋନପୁର,ସମ୍ବଲପୁର,ପୁରୀ,ଜଗତସିଂହପୁର,ଅନୁଗୁଳୁ ,ଓ କଟକ ଆଦି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ ।

Leave a Reply

Your email address will not be published. Required fields are marked *