Pratidin TV

Odisha's Digital News Platform

ବିବାହ ଭାଙ୍ଗିଲା ସାମ୍ପୁ , ଥାନାରେ ଅଭିଯୋଗ ଆଣିଲେ କନ୍ୟାଘର ..

1 min read

ନୂଆଦିଲ୍ଲୀ : ହଠାତ୍ ବାହାଘର ଭାଙ୍ଗିବାର ଅନେକ ଗୁରୁତ୍ୱପୂର୍ଣ୍ଣ କାରଣ ତ ଆପଣମାନେ ଜାଣିଥିବେ । କିନ୍ତୁ ନିକଟରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହାକୁ ପଢିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ ସାମ୍ପୁ ପାଇଁ ଭାଙ୍ଗିଯାଇଛି ଏକ ବାହାଘର ।ଏଭଳି ଏକ ବିରଳ ଘଟଣା ଆସମରେ ଘଟିଛି । ବାହାଘର ପୂର୍ବଦିନ ପାଳନ ହେଉଥିବା ଏକ ଉତ୍ସବରେ ବରଘର କନ୍ୟାଘରକୁ ନିମ୍ନମାନର ସାମ୍ପୁ ଦେବାପରେ କନ୍ୟା ଜଣଙ୍କ ନିଜ ଭାବି ସ୍ୱାମୀକୁ ଜଣାଇଥିଲେ । ଏନେଇ ବର ଜଣକ ଲଜ୍ଜିତ ଅନୁଭବ କରିବା ସହିତ ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ ।

ସୂଚନା ଅନୁଯାୟୀ ଘଟଣାଟି ଆସାମର ଜୋରୋନ ଅଞ୍ଚଳରେ ଘଟିଛି । ଉକ୍ତ ଅଞ୍ଚଳରେ ଥିବା ପ୍ରଥା ଅନୁଯାୟୀ ବିବାହ ପୂର୍ବଦିନ ପାଳନ ହେଉଥିବା ଏକ ରଶମରେ ବରଘର ପକ୍ଷରୁ କନ୍ୟାଘର ପାଇଁ ସାମ୍ପୁ ଆସିଥିଲା । ସାମ୍ପୁଟି ନିମ୍ନ ମାନର ଦର୍ଶାଇ କନ୍ୟା ଜଣଙ୍କ ତାଙ୍କ ଭାବି ଇଞ୍ଜିନିୟର ସ୍ୱାମୀଙ୍କୁ ଜଣାଇଥିଲେ । ଏହାକୁ ନିଜ ପରିବାରର ଲଜ୍ୟା ମନେକରି ବର ଏବଂ ବରଘର ଲୋକେ ବିବାହ ପୂର୍ବଦିନ ହିଁ ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ । ଏବଂ ତାହାହିଁ କରିଥିଲେ । ବରଘର ଏକଥା କନ୍ୟାଘରକୁ ଜଣାଇବା ପରେ କନ୍ୟାଘର ଲୋକଙ୍କୁ ଶକ୍ତ ଝଟ୍‌କା ଲାଗିଥିଲା ।

Advertisement

ଏହାପରେ କନ୍ୟାଘର ଲୋକେ ବରଘର ଲୋକଙ୍କୁ ଯେତେପ୍ରକାରର ବୁଝାଇଥିଲେ ମଧ୍ୟ ସେ ଆଦୈ ବିବାହ ପାଇଁ ରାଜିହୋଇନଥିଲେ । ପରେ କନ୍ୟାଘର ଲୋକ ବାଧ୍ୟ ହୋଇ ଥାନାର ଦ୍ୱାରସ୍ତ ହୋଇଥିଲେ । ସେଠାରେ ବରପକ୍ଷଙ୍କ ନାଁରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ସପୃକ୍ତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ଏହା ସହ କନ୍ୟାପଟୁ କରାଯାଇଥିବା ମେସେଜ୍‌କୁ ମଧ୍ୟ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି ।

Leave a Reply

Your email address will not be published. Required fields are marked *