ପାଣିଆ ଡାଲି, ପୋକ ଚାଉଳରେ ସ୍କୁଲରେ ଚାଲିଛି ମଧ୍ୟାହ୍ନ ଭୋଜନ , ଆସିଲା ସାଙ୍ଘାତିକ ଅଭିଯୋଗ ..
1 min readପିଲାଙ୍କ ପୁଷ୍ଟି ସାଧନ ପାଇଁ ସରକାର ଯୋଗାଉଛନ୍ତି ମଧ୍ୟାହ୍ନ ଭୋଜନ।ହେଲେ ପିଲାଙ୍କ ଜୀବନ ସହ ଖେଳୁଛନ୍ତି ଶିକ୍ଷକ । ମଧ୍ୟାହ୍ନ ଭୋଜନ ଟଙ୍କା ହରିଲୁଟ କରି ପିଲାଙ୍କୁ ଯୋଗାଉଛନ୍ତି ପୋକଲଗା ଖାଦ୍ୟ ବୋଲି ହେଉଛି ଅଭିଯୋଗ। ରାଜ୍ୟ ସରକାର ପିଲାଙ୍କ ପୁଷ୍ଟିହୀନତା ଦୂର କରିବା ସହ ପିଲାଙ୍କୁ ସରକାରୀବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ସରକାରୀ ତହବିଲରୁ ଯାଉଛି କୋଟି କୋଟି ଟଙ୍କା। କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ଏହାର ଫାଇଦା ଉଠାଉଛନ୍ତି ସ୍କୁଲ ଶିକ୍ଷକ । ସ୍କୁଲର ପିଲାଙ୍କୁ ନିମ୍ନମାନର ଖାଦ୍ୟ ସାମଗ୍ରୀ ଖାଇବାକୁ ଦେଉଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ପଞ୍ଚାୟତ ଜାଗୁଳାଇ ନୋଡାଲ ସ୍କୁଲର ରେ।
ପିଲା ମାନଙ୍କ ଜୀବନ ସହିତ ଖେଳୁଛନ୍ତି କିଛି ଶିକ୍ଷକ ଓ ସରକାରୀ ବଡ଼ ବଡ଼ିଆ କିଛି ପଦ ଅଧିକାରୀ । ଏ ଘଟଣା ଆପଣବି ଦେଖିଲେ ମୁଣ୍ଡରେ ହାତ ଦେଇ ଦେବେ କେମିତି ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ବିଷ ଦେଉଛନ୍ତି ଶିକ୍ଷକ। ପୋକରା, ଛତିଆ ଓ ବିଣ୍ଡି ମାରିଥିବା ଚାଉଳକୁ ମଧ୍ୟାହ୍ନ ଭୋଜନରେ ଦେଉଛନ୍ତି ଶିକ୍ଷକ ।ଏପଟେ ରାଜ୍ୟ ସରକାର ଚତୁର୍ପାଶ୍ୱ ରେ ଡିଣ୍ଡୁରା ପିଟୁଛନ୍ତି ଆମେ ସ୍କୁଲରେ ପଢୁ ଥିବା ଛାତ୍ର ଛାତ୍ରୀଙ୍କ ସବୁ ବ୍ୟବସ୍ଥା କରିଛୁ ସେଠାରେ ଆଜି ଦେଖିବାକୁ ମିଳିଛି କିଭଳି ଛୋଟ ଛୋଟ ପିଲାଙ୍କୁ ଖାଇବା ନାମରେ ମିଳୁଛି ବିଷ ।ଏବେ ଚିନ୍ତାରେ ପିଲା ମାନଙ୍କ ଅଭିଭାବକ ମାନେ । ଏବେ ଦେଖିବାକୁ ବାକି ରହିଲା ଏ ଖବର ପ୍ରସାରଣ ପରେ ଶିକ୍ଷା ମନ୍ତ୍ରୀ କି ପଦକ୍ଷେପ ନେଉଛନ୍ତି