Pratidin TV

Odisha's Digital News Platform

ମାଛ ଭାଜୁ ଭାଜୁ ଫାଟିଲା ଗ୍ୟାସ୍ ଟାଙ୍କି , ୫ ଗୁରୁତର ଜଣେ ଆହାତ ..

1 min read

ମାଛ ଭାଜୁ ଭାଜୁ ଫାଟିଲା ଗ୍ୟାସ ଟାଙ୍କି । ଗୁରୁତର ହେଲେ ୫ ଜଣ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ତଳମୂଳ ପାଟଣା ସାହିରେ । ଗ୍ୟାସ୍ ସିଲିଣ୍ଡର ଫାଟି ୫ ଗୁରୁତର ଜଣେ ଆହାତ ହୋଇଥିବା ଜଣାପଡିଛି । ସୂଚନାଅନୁଯାୟୀ ତଳମୂଳ ପାଟଣା ସାହିର ସର୍ବେଶ୍ୱର ସାହୁ ଙ୍କ ସ୍ତ୍ରୀ ସୁମିତ୍ରା ସାହୁ ଘରେ ମାଛ ଭାଜୁ ଥିବା ସମୟରେ ଗ୍ୟାସ୍ ସିଲିଣ୍ଡର ଲିକ୍ ଥିବା ଜାଣି ପାରିଥିଲେ । ଏହାପରେ ସେ ତାଙ୍କ ପୁଅ ସଂଗ୍ରାମ ସାହୁ ଙ୍କୁ ଡାକି ଗ୍ୟାସ୍ ଲିକ୍ ହେଉଥିବା କହିଥିଲେ ।

ଏହା ଦେଖି ସଂଗ୍ରାମ ଗ୍ୟାସ୍ ସିଲିଣ୍ଡର ଟିକୁ ବାହାରକୁ ଫିଙ୍ଗି ଦେଇଥିଲେ । ଯାହା ଫଳରେ ଗ୍ୟାସ୍ ଟାଙ୍କି ଟି ବାହାରକୁ ନ ଯାଇ ଘର ଭିତର ଆଡ଼କୁ ଫେରି ଆସି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ସୁମିତ୍ରା ସାହୁ, ସ୍ୱାମୀ ସର୍ବେଶ୍ୱର ସାହୁ , ବାବୁଲା ସାହୁ , ପୁଅ ରଞ୍ଜିତ ସାହୁ ଓ ପୁତୁରା ସଂଗ୍ରାମ ସାହୁ ଗୁରୁତର ହୋଇଥିବା ବେଳେ ତପସ୍ୱିନୀ ସାହୁ ଆହତ ହୋଇଥିଲେ । ସ୍ଥାନୀୟ ବାସୀନ୍ଦା ୬ ଜଣ କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି । ଅବସ୍ଥା ସଂକଟାପନ୍ନ ହେବାରୁ ତିନି ଜଣ କୁ କଟକ ସ୍ଥାନାନ୍ତର କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *