Pratidin TV

Odisha's Digital News Platform

ଶସ୍ତା ହେଲା ଏଲପିଜି ଗ୍ୟାସ ସିଲିଣ୍ଡର , ଏହି ମାସରୁ ମିଳିବ ମାତ୍ର ୫୦୦ ଟଙ୍କାରେ

ନୂଆଦିଲ୍ଲୀ : ଦେଶବାସୀଙ୍କୁ ମହଙ୍ଗା ମାଡ ସମୟରେ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା । ଆଶ୍ୱସ୍ତି ମାରିଲେ ରାଜସ୍ଥାନବାସୀ । ରାଜସ୍ଥାନରେ ଏପ୍ରିଲ ୧ ତାରିଖରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦୦ ଟଙ୍କା ହ୍ରାସ ହେବ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଘୋଷଣା କରିଛନ୍ତି। ଏପ୍ରିଲ୍ ମାସରେ, ଗେହଲୋଟ୍ ସରକାର ଦରିଦ୍ର ସୀମାରେଖା ତଳେ ଥିବା ଏବଂ ଉଜ୍ଜ୍ଵଳା ଯୋଜନାରେ ଅନ୍ତର୍ଭୁକ୍ତ ଲୋକଙ୍କୁ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ଯୋଗାଇବ।

ଗେହଲୋଟ୍ କହିଛନ୍ତି ଯେ, “ବର୍ତ୍ତମାନ, ମୁଁ କେବଳ ଗୋଟିଏ କଥା କହିବାକୁ ଚାହେଁ। ଉଜ୍ଜ୍ଵଳା ଯୋଜନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ଲୋକଙ୍କୁ ଏଲପିଜି ସଂଯୋଗ ଏବଂ ଗ୍ୟାସ ଚୁଲା ଦିଅନ୍ତି, କିନ୍ତୁ ସିଲିଣ୍ଡର ଖାଲି ରହିଛି। କାରଣ ଏହାର ମୂଲ୍ୟ ୪୦୦ ଟଙ୍କାରୁ ବୃଦ୍ଧି ପାଇ ୧୦୪୦ଟଙ୍କାରେ ପହଞ୍ଚିଛି। ଯାହାକି ଗରିବ ଏବଂ ଖଟିଖିଆଙ୍କ ପାଇଁ କାଠିଘର ପାଠ ।

ସେମାନଙ୍କ ଦିନକ ମଜୁରି ତ ୫୦୦ ଟଙ୍କା ତେବେ ଗ୍ୟାସ ସିଲିଣ୍ଡର ଥାଇ ମଧ୍ୟ ସେମାନେ ଏଥିରେ ଗ୍ୟାସ ଭରିବା ପାଇଁ ନାରାଜ୍ । କାରଣ ଅର୍ଥ ହିଁ ସେମାନଙ୍କ ପାଇଁ ବଡ ବାଧକ । ଖାଲି ସିଲିଣ୍ଡର ମାଗଣା ମିଳିଗଲେ କଣ ହେବ । ସିଲିଣ୍ଡର ଭରିବା ପାଇଁ ବି ଏମାନଙ୍କ ପାଖରେ ଅର୍ଥ ଥିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *